କଳାହାଣ୍ଡିରେ କୃଷି ଜୀବନ ଜୀବିକାକୁ ନେଇ ଆରମ୍ଭ ହୋଇଥିବା ‘କଳାହାଣ୍ଡି ଡାଇଲଗ୍’ କର୍ମଶାଳା ଉଦଯାପିତ
30/09/2018 at 4:00 PM

କଳାହାଣ୍ଡି ୩୦/୯ : କଳାହାଣ୍ଡିରେ ତିନି ଦିନିଆ ଡାଇଲଗ୍ କର୍ମଶାଳା ଉଦଯାପିତ ହୋଇଛି ।
ପ୍ରଥମ ପର୍ଯ୍ୟ।ୟର ଆଲୋଚନା ପ୍ରସଙ୍ଗ ତୃଣମୁଳ ସ୍ତରରେ ସ୍ଵର ଉତ୍ତୋଳନ ଓ ବିକାଶ ଧାରାର ସଫଳ ଓ ଅସଫଳତାର କଥା ଅଲୋଚନା ଚକ୍ରରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ନିୟୁଜ ସେଭେନ ସଂମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ , ଡେଭଲପମେଣ୍ଟ ପ୍ରଫେସନାଲ ମେମ୍ବର ଅଫ ସିଏସଆର କାଉନସିଲ ଓଡିଶା ସରକାର ସିତ କୁମାର ବହେରା ପ୍ରମୁଖ ସାମିଲ ହୋଇ ନିଜ ମତ ବ୍ୟକ୍ତ କରିଥିଲେ । ନିୟୁଜ ସେଭେନ ସଂମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ ଡାଇଲଗ୍ ମାଧ୍ୟମରେ ସମାଧାନ ଖୋଜା ଯାଇପାରେ ଏଣୁ କଳାହାଣ୍ଡି ଡାଇଲଗ୍ ଭଳି କର୍ମଶାଳାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ତୃଣମୁଳ ସ୍ତରର ଲୋକଙ୍କୁ ସାମିଲ କଲେ ବିକାଶର ଧାରାରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ବିକାଶର ଶିର୍ଷରେ ଲୋକଙ୍କୁ ପହଂଚାଇବା ଉଦ୍ଦେଶ୍ୟ ନହୋଇ ସାମଗ୍ରୀକ ବିକାଶରେ ଲୋକଙ୍କୁ ସାମିଲ କରିବାକୁ ମୌଳିକ ଅଧତ୍କାର ଦିଆଯିବା ଉଚିତ ବୋଲି ମତବ୍ୟକ୍ତ କରିବା ସହ ଏଭଳି କର୍ମଶାଳା ସେହି ଲୋକମାନଙ୍କୁ ସ୍ବର ଦେବ ବୋଲି ଆଶା ବ୍ୟକ୍ତ କରିଥିଲେ ।
ତିନି ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ଦେଶ ବିଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସମେତ ରାଷ୍ଟ୍ରୀୟ ତଥା ରାଜ୍ୟ ସ୍ତରୀୟ ପ୍ରଶାସନିକ ଅଧତ୍କାରୀ, ରାଜନେତା, ସାମ୍ବାଦିକ, ସାମାଜିକ କର୍ମି ତଥା ବିଭିନ୍ନ କ୍ଷେତ୍ରର ଯୁବ ବର୍ଗ କର୍ମଶାଳାରେ ଯୋଗଦେଇଥିଲେ । କର୍ମଶାଳାର ତିନି ଦିନର ଆଲୋଚନାର ନିର୍ଯ୍ୟାସକୁ ଚିଠା ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରାଯିବ । ଯାହା କଳାହାଣ୍ଡିର ଆଗାମୀ ବିକାଶର ଯୋଜନାରେ ସହାୟକ ହେବ ବୋଲି ଆୟୋଜକ ଆଶାବ୍ୟକ୍ତ କରିଛନ୍ତି ।