କଳାହାଣ୍ଡି ୨୫|୬: ଆନ୍ଧ୍ରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ଦୁଘର୍ଟଣାରେ ମୃତ୍ୟୁ ହୋଇଛି । ଅର୍ଥ ଅଭାବରୁ ଶବ ଆଣିପାରୁନାହାନ୍ତି ପରିବାର ଲୋକେ । ମୃତକ ହେଲେ ଜୁନାଗଡ ବ୍ଲକ୍ ଚାରବାହଲ କୋଟନିଆପଡାର ଧନେଶ୍ବର ଭାଟି ।
ଗତ ସପ୍ତାହରେ ଧନେଶ୍ବର ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ । ରବିବାର ଆନ୍ଧ୍ରପ୍ରଦେଶରେ ଓନଗୋ ସହର ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଅର୍ଥ ଅଭାବରୁ ମୃତ୍ୟୁ ଶରୀର ଗାଁକୁ ଆସିପାରୁନାହିଁ ବୋଲି ସଂପର୍କୀୟ ଅଭିଯୋଗ କରୁଛନ୍ତି ।