ସୋନପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା, ଗଛ ପଡି ରାସ୍ତା ଅବରୋଧ
6/05/2020 at 8:56 AM

ସୋନପୁର ୦୬।୦୫: ସୋନପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା। ଗତକାଲି ବିଲମ୍ବିତ ରାତି ଠାରୁ ବର୍ଷା ଜାରି ରହିଛି। ଜିଲ୍ଲାରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ଏବଂ ଘୂର୍ଣ୍ଣିଝଡ଼ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ତେବେ କାଳବୈଶାଖୀ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ରେ ପୁରା ଜିଲ୍ଲାରେ ବିଦ୍ୟୁତ ବନ୍ଦ ରହିଛି । ଝଡ ତୋଫାନ ହୋଇ ସୋନପୁର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆରକ୍ଷୀ ଅଧିକ୍ଷକଙ୍କ ବାସଭବନରେ ଥିବା ଗଛ ଉପୁଡି କଲେଜ ରୋଡ ବନ୍ଦ, NH ୫୭ ରେ ବ୍ଲକ ଛକ ଠାରେ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଟାଭାଡି ରୋଡ ବନ୍ଦ , ବ୍ଲକ ଅଫିସ ସାମନାରେ ବିଦ୍ୟୁତ୍ ଖୁଣ୍ଟ ଏବଂ ଗଛ ଉପୁଡି NH 57 ବନ୍ଦ । ଏକାଧିକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ବନ୍ଦ ହେବା ସହିତ ଘରଦ୍ବାର ଭାଙ୍ଗିଥିବା ମଧ୍ୟ ଦେଖିବାକୁ ମିଳିଛି ।
Related Posts
ଗାତରେ ପଡି ୨ ଶିଶୁକନ୍ୟା ମୃତ, ରାସ୍ତା କାମ ପାଇଁ ଖୋଳାଯାଇଥିଲା ଗର୍ତ୍ତ
2 February 2023
ଫେବୃଆରୀ ୨୪ରେ ରାଜ୍ୟ ବଜେଟ୍, ଏପ୍ରିଲ୍ ୬ ଯାଏଁ ଚାଲିବ ଅଧିବେଶନ
2 February 2023
ନିଆଁ ଲାଗି ପୋଡିଗଲେ ପରିବାର: ସ୍ତ୍ରୀ ମୃତ, ବାପା ଓ ପୁଅ ଗୁରୁତର
2 February 2023