କାଳବୈଶାଖୀ ପ୍ରଭାବରେ ଉଡିଲା ଛପର, ଭାଙ୍ଗିଲା ଗଛ
9/06/2023 at 10:25 AM

ନାରାୟଣପାଟଣା ୦୯/୦୬: କାଳବୈଶାଖୀର ପ୍ରଭାବରେ କୋରାପୁଟ ଜିଲ୍ଲାର ନାରାୟଣପାଟଣାରେ ଦେଖିବାକୁ ମିଳିଛି । ଗତ ରାତିରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ ଘଡ଼ି ହୋଇଥିଲା । ଏହାସହ ଏତେ ପବନ ବୋହିଥିଲା କି, ଅନେକ ଘର ଗୁଡିକର ଟିଣ ଓ ଆଜବେଷ୍ଟସ୍ ସିଟ ଗୁଡିକ ଭାଙ୍ଗିବା ସହ ବହୁତ କ୍ଷୟକ୍ଷତି ହୋଇଥିଲା ।
ସହରର ପାଲକୁଣ୍ଡା ସାହିର ରବି ନାଚିକା ଓ ଚାମ୍ପିକଟା ସାହିର ବାବୁଲା ପାତ୍ରଙ୍କ ସମେତ ଅନେକ ଘରର ଟିଣ ଗୁଡିକ ପ୍ରାୟ ୫୦ରୁ ୧୦୦ ମିଟର ଦୂର ପର୍ଯ୍ୟନ୍ତ ଉଡି ଯାଇଛି।କେବଳ ନାରାୟଣପାଟଣା ସହର ମଧ୍ୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଦୁର୍ଗମ ଅଞ୍ଚଳ ର ଖବର ଏ ପର୍ଯ୍ୟନ୍ତ କିଛି ମିଳିନାହିଁ।
Related Posts
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା : ଜଣେ ମୃତ, ଆଉ ଜଣେ ଗୁରୁତର
1 December 2023
ହାଇଓ୍ୱାକୁ ପଛ ପଟୁ ପିଟିଲା କାର୍, ୬ ଗୁରୁତର
1 December 2023