Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତାଣ୍ଡବ ରଚିଲା କାଳବୈଶାଖୀ; ଉଡ଼ିଲା ସ୍କୁଲ୍‌ ଛପର, ଭାଙ୍ଗିଲା ୩୦ରୁ ଅଧିକ ଘର

31/05/2023 at 8:57 PM

ତେଲକୋଇ ୩୧/୦୫: ବୁଧବାର ତେଲକୋଇ ବ୍ଲକରେ ତାଣ୍ଡବ ରଚିଲା କାଳବୈଶାଖୀ। କରମଙ୍ଗି ପଞ୍ଚାୟତ ଓ ଆକୁଳ ପଞ୍ଚାୟତରେ ଏହାର ଜୋରଦାର ପ୍ରଭାବ ଦେଖାଦେଇଛି। କରମଙ୍ଗି ପଞ୍ଚାୟତର କୃଷ୍ଣପୁର ଗାଁରେ ପ୍ରାଥମିକ ବିଦ୍ୟାଳୟର ଛାତ ସମ୍ପୂର୍ଣ୍ଣ ଉଡିଯାଇଛି। ସ୍କୁଲର ୩ ବଖରା ଘରକୁ ନୂତନ ଭାବେ ଆଜବେସଟ ଛାଉଣୀ କରାଯାଇଥିଲା। ତେବେ କାଳବୈଶାଖୀ ପବନର ବେଗ ଏତେ ବେଶି ଥିଲାଯେ ଘରର ଛାତ ଉଡ଼ି ତଳେ ପଡ଼ିଥିଲା।

ସେପଟେ ଆକୁଳ ପଞ୍ଚାୟତର ବନବିହାରୀପୁର ଗାଁରେ ମଧ୍ୟ ସମାନ ପରିସ୍ଥିତି। ଏହାର ପ୍ରଭାବରେ ଗାଁର ୩୦ରୁ ଅଧିକ ଲୋକଙ୍କ ଘରର ଛାତ ଉଡିଯାଇଥିବା ବେଳେ କିଛି ଲୋକଙ୍କ ଘର ଉପରେ ଗଛପଡି ଭାଙ୍ଗି ଯାଇଛି। କାଳବୈଶାଖୀ ସମୟରେ ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

   Related Posts