ଆସନ୍ତା ୬ରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହୋଇପାରେ କାଳବୈଶାଖୀ
5/04/2019 at 12:36 PM

ଭୁବନେଶ୍ବର ୫|୪ : ଆସନ୍ତା ୬ରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହୋଇପାରେ କାଳବୈଶାଖୀ । ଆସନ୍ତା ୫ ଦିନ ପାଇଁ ଓଡ଼ିଶାରେ ଜାରି ରହିବ କାଳବୈଶାଖୀର ପ୍ରକୋପ । ଏପ୍ରିଲ ୬ରୁ ଅର୍ଧାଧିକ ଜିଲ୍ଲାରେ ଝଡ଼ର ସମ୍ଭାବନା ରହିଛି । ବର୍ଷା ପରିମାଣ କମ୍ ରହିବ । ଘଣ୍ଟା ପ୍ରତି ୩୦ରୁ ୪୫ କିମି ବେଗରେ ପବନ ବୋହିପାରେ। ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରଭାବ ଅଧିକ ରହିବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ିବ। ଅଧିକାଂଶ ସହରରେ ପାରଦ ୪୦ଡିଗ୍ରୀ ଉପରକୁ ଚାଲିଯିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କରିଛି ଆସନ୍ତାକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ଉତ୍ତର ଓ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ଜିଲ୍ଲାରେ କାଳବୈଶାଖୀ ହୋଇପାରେ। ହାଲକା ବର୍ଷା ସହ ୨୦ରୁ ୩୦ କିମି ବେଗରେ ପବନ ବହିବ । ଗତକାଲି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ ତାପମାତ୍ରା ୪୧ ଡିଗ୍ରୀରେ ପହଞ୍ଚିଥିଲା ।