ବୌଦ୍ଧ, ୨୪|୦୪: ଗୁରବାର ରାତିର କାଳ ବୈଶାଖୀର ତାଣ୍ଡବରେ ବୌଦ୍ଧ ଜିଲ୍ଲାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ବୌଦ୍ଧ, ହରଭଙ୍ଗା ତଥା କଂଟାମାଳ ବ୍ଲକ ଅଂଚଳର ପ୍ରାୟ ସ୍ଥାନରେ ଘରଦ୍ବାର ଭାଙ୍ଗି ମାଟିରେ ମିଶିଥିବା ଦେଖିବାକୁ ମିଳିଛି । ଘର ଉପରେ ଗଛ ପଡି ଅଳ୍ପକୁ ବର୍ତିଛନ୍ତି ଅନେକ ପରିବାର ।
ବୌଦ୍ଧ ବ୍ଲକର କଣ୍ଡୁଆଶୀ ଗାଁ କାଳ ବୈଶାଖୀ ପାଇଁ ସଂପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଲିଛି । ଦିନ ମଜୁରି ଉପରେ ନିର୍ଭର କରୁଥିବା ଏହି ଗାଁରେ ଅନେକ ଗରିବ ଲୋକଙ୍କ ଘର ଭାଙ୍ଗି ଯାଇଛି । ଗୋଟିଏ ପଟେ କରୋନା ପାଇଁ ବାହାରକୁ ବାହାରିବା ସମ୍ଭବପର ହେଉନଥିବା ବେଳେ କାଳ ବୈଶାଖୀ ଏହି ଗାଁର ଲୋକଙ୍କ ପାଇଁ କାଳ ହୋଇ ଆସିଛି ।
ବର୍ତମାନ ପରିସ୍ଥିତିରେ ପେଟକୁ ଦାନା ଯୋଗାଇବା କଷ୍ଟକର ହୋଇପଡୁଥିବା ବଳେ ଏହି କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସରକାରୀ ସହାୟତା ହିଁ ଏକମାତ୍ର ଭରଷା ବୋଲି ଲୋକେ ଅନୁରୋଧ କରିଛନ୍ତି ।