ମାଲକାନଗିରିରେ କାଳବୈଶାଖୀର ତାଣ୍ଡବ, ନିର୍ମାଣାଧୀନ ଏୟାର୍ ଷ୍ଟ୍ରିପ୍ ପାଚେରୀ ତଳେ ଚାପି ହୋଇ ୫ ଶ୍ରମିକ ଆହତ

Published By : Prameya-News7 Bureau | June 01, 2023 IST

ମାଲକାନଗିରି ୧।୬: କାଳବୈଶାଖୀ ଝଡରେ ଭୁଷୁଡି ପଡିଲା ନିର୍ମାଣଧୀନ ମାଲକାନଗିରି ଏୟାର୍ ଷ୍ଟ୍ରିପର ପାଚେରୀ । ପାଚେରୀ ତଳେ ଚାପି ହୋଇ ୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

{"id":796379,"width":740,"height":407,"sizeSlug":"full","linkDestination":"none"}

ଏହାସହ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ଭାଙ୍ଗି ପଡିଛି ଗଛ । ଅନେକ ରାସ୍ତା ଅବରୋଧ ହୋଇଛି । ଲୋକଙ୍କ ଚାଳ ଓ ଟିଣ ଛପର ଉଡିଯାଇଛି । ଜିଲ୍ଲା କଂଗ୍ରେସ ଭବନ ମଧ୍ୟ କାଳବୈଶାଖି ତାଣ୍ଡବରୁ  ବାଦ ପଡିନାହିଁ । ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ବଙ୍କା ହୋଇଯାଇଛି । ତିନି ଘଣ୍ଟାରୁ ଅଧିକ ସମୟ ଧରି ମାଲକାନଗିରି ସହରରେ ବିଦ୍ୟୁତ ନାହିଁ । ଦମକଳ ବାହିନୀ ବିଭିନ୍ନ ସ୍ଥାନରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତହସିଲ କାର୍ଯ୍ୟାଳୟ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି ।

wp:heading {"level":4}

ଏହା ମଧ୍ୟ ପଢ଼ନ୍ତୁ:~୮ ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ; ସମୁଦ୍ରରେ ଭାସି ଯାଇଥିଲେ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.