ଅନୁଗୋଳରେ ତାଣ୍ଡବ ରଚିଲା କାଳବୈଶାଖୀ, ଉପୁଡ଼ିଲା ଗଛ ଓ ବିଦ୍ୟୁତ ଖୁଣ୍ଟ

Published By : Prameya-News7 Bureau | June 14, 2022 IST

ଅନୁଗୋଳ ୧୪।୬: ଅନୁଗୋଳରେ କାଳବୈଶାଖୀର ତାଣ୍ଡବ । ମାତ୍ର କିଛି ମିନଟ୍‌ରେ ଟଳି ପଡିଲା ରାସ୍ତାକଡ଼ରେ ଥିବା ବହୁ ଗଛ । କିଛି ଗଛ ରାସ୍ତା କଡରେ ଠିଆ ହୋଇଥିବା ବସ୍ ଉପରେ ମାଡି ବସିଲାଣି ତ ଆଉ କିଛି ଗଛ ରାସ୍ତା କଡରେ ଥିବା ଦୋକାନ ଗୁଡିକ ଉପରେ ମାଡି ବସିଛି । ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ତାର ମଧ୍ୟ ଛିଣ୍ଡି ଯାଇଛି । ଏଥିଯୋଗୁଁ ରାଜା ଛକ, ବସ ଷ୍ଟାଣ୍ଡ, ଟ୍ରାଫିକ ଛକ ଅଞ୍ଚଳରେ ବେଶୀ କ୍ଷୟକ୍ଷତି ହୋଇଛି । ସ୍ଥାନୀୟ ଲୋକ ଗଛ ଗୁଡିକୁ ହଟାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.