ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା, ଏହିସବୁ ଜିଲ୍ଲାରେ ହେବ କାଳବୈଶାଖୀ
14/07/2019 at 4:29 PM

ଭୁବନେଶ୍ବର ୧୪|୭: ପଞ୍ଜାବରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ଯାଇଥିବା ଟ୍ରପ୍ ଲାଇନ୍ ହିମାଳୟ ପାଦ ଦେଶରେ ରହିଛି । ଯାହା ଫଳରେ ବର୍ଷାର ପରିମାଣ କମିବା ସହ ମୌସୁମୀ ଦୁର୍ବଳ ରହିଛି । ୧୭ ତାରିଖ ପରେ ଏହା ଦକ୍ଷିଣ ଆଡକୁ ଗତି କରିବା ସହ ରାଜ୍ୟରେ ବର୍ଷାର ପରିମାଣ ବଢିବ । ୧୮ରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନ ଓ ଉତ୍ତର ଓଡିଶାର କିଛି ସ୍ଥାନରେ ସମ୍ଭାବନା ରହିଛି । ଖୋର୍ଦ୍ଧା, କନ୍ଧମାଳ, ଭୁବନେଶ୍ବର, ଗଜପତି, ଗଞ୍ଜାମ, ପୁରୀ, ଭଦ୍ରକ, ବାଲେଶ୍ବର, ସୁନ୍ଦରଗଡ, ମୟୁରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ସାରା ରାଜ୍ୟରେ ସାଧାରଣଠାରୁ ୨୧ ପ୍ରତିଶତ କମ୍ ବର୍ଷା ହୋଇଛି । ଗଜପତିରେ ୫୭ ପ୍ରତିଶତ, ବାଲେଶ୍ବରରେ ୪୭ ପ୍ରତିଶତ, ରାୟଗଡାରେ ୪୦ ପ୍ରତିଶତ କମ୍ ବର୍ଷା ହୋଇଛି ।