ଉପରମୁଣ୍ଡରେ ଲାଗି ରହିଛି ବର୍ଷା, ଖୋଲିଲା କାଳ ଡ୍ୟାମ୍ର ଗୋଟିଏ ଗେଟ୍
11/09/2022 at 10:36 AM

ଉଦଳା ୧୧।୦୯ : ଶିମିଳିପାଳ ଉପର ମୁଣ୍ଡରେ ଜାରି ରହିଛି ଲଗାଣ ବର୍ଷା । ଯାହାଫଳରେ ନଦୀର ଜଳସ୍ତର ବଢିରେ ଲାଗିଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନରେ ଥିବା କାଳ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାଲାଗି ଡ୍ୟାମ କର୍ତ୍ତୃପକ୍ଷ ଗୋଟିଏ ଗେଟ ଖୋଲିଛନ୍ତି।
ତେବେ ଡ୍ୟାମରେ ଜଳ ଧାରଣ କ୍ଷମତା ଅଧିକ ରହିଥିବା ବେଳେ ୭୭ ମିଟର ବିପଦ ସଂକେତ ରହିଛି। ଏବେ ଡ୍ୟାମରେ ଜଳସ୍ତର ୭୫ ମିଟର ଛୁଇଁଛି । ଏହାକୁ ନଜରରେ ରଖି ଡ୍ୟାମର ଗୋଟିଏ ଗେଟ ଏକ ମିଟର ପର୍ଯ୍ୟନ୍ତ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ୬୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଡ୍ୟାମର ସ୍ଥିତି ଦେଖି ଅନ୍ୟ ଗେଟ ଖୋଲାଯିବ ବୋଲି ଜଣାଯାଇଛି।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023