Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାଟଣା ଓ ସାହାରପଡାରେ କାଳ ବୈଶାଖୀ ତାଣ୍ଡବ, ଉଡ଼ିଗଲା ଘରର ଛପର

25/04/2023 at 5:13 PM

ପାଟଣା ୨୫/୦୪: ପାଟଣା ଓ ସାହାରପଡା ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବ । ତୁହାକୁ ତୁହା ବର୍ଷା ସହ ଦେଖିବାକୁ ମିଳିଥିଲା ପବନର ପ୍ରକୋପ । ଫଳରେ ଏହି ଅଦିନିଆ କାଳବୈଶାଖୀ ପ୍ରଭାବରେ ସାହାରପଡା ବ୍ଲକରେ ଉଡ଼ିଯାଇଛି ଘରର ଛପର । ପାଟଣା ବାଇଦବଜା କାକା ସାହିରେ ଗଛ ପଡି ଦୁଇ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ସୂଚନା ଥାଉକି, କେନ୍ଦୁଝର ଜିଲ୍ଲା ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଅପରାହ୍ନରେ କାଳ ବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା । ପଵନର ବେଗ ଜୋର୍ ଥିବାରୁ ରାଇଡିହା ପଞ୍ଚାୟତ ଜାରକାଣୀ ବେଡା ଗ୍ରାମର ଶ୍ୟାମ ସୁନ୍ଦର ମାଝୀ ଓ କୁନା ମାଝୀଙ୍କ ଘରର ଛପର ଉଡ଼ିଯାଇଥିଲା । ତେବେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସେହିପରି ପାଟଣା ବ୍ଲକ ବାଇଦ ବଜା ଗ୍ରାମର କାକା ସାହିରେ ଶ୍ରୀକାନ୍ତ ମୁଣ୍ଡାଙ୍କ ଖପର ଘର ଘର ଉପରେ ଏକ ବିରାଟ ତେନ୍ତୁଳି ଗଛ ପଡି ଯିବାରୁ ଦୁଇଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପାଖରେ ଥିବା ଦୁଇଟି ଛାତ ଘର ଆଂଶିକ ନଷ୍ଟ ହୋଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି l

   Related Posts