କାଜୋଲଙ୍କ ଏହି ଫଟୋ ଯୋଗୁଁ ହେଉଛି ଅଜୟଙ୍କ ଚର୍ଚ୍ଚା : ଜାଣନ୍ତୁ କାରଣ
26/02/2020 at 4:18 PM

ମୁମ୍ବାଇ ୨୬/୨: ବଲିଉଡ ଅଭିନେତ୍ରୀ କାଜୋଲ୍ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ନିକଟରେ କାଜୋଲ୍ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ୍ କରିଥିଲେ। ଏହି ଫଟୋ ସହ କାଜୋଲ୍ ଏପରି କିଛି ଲେଖି ଦେଇଥିଲେ ଯେ ଫଟୋଟି ଭାଇରାଲ୍ ହୋଇଯାଇଥିଲା। ଏବେ ଆପଣ ଭାବୁଥିବେ ଯେ ସାଧାରଣ ଭାବେ ଦେଖାଯାଉଥିବା ଏହି ଫଟୋରେ ଏପରି କ’ଣ ଅଛି? ଏହି ଫଟୋ ସହ କାଜୋଲ୍ ନିଜର ଏବଂ ସ୍ବାମୀ ଅଜୟ ଦେବଗନଙ୍କ ବ୍ୟକ୍ତିଗତ କଥା କହିଥିଲେ।
କାଜୋଲ୍ ଇନଷ୍ଟାଗ୍ରାମରେ ଏକ ଫଟୋ ଛାଡ଼ିଥିଲେ। ଏହି ଫଟୋରେ କାଜୋଲ୍ ଘର ଭିତରେ ସିଡ଼ିରେ ବସିଥିବା ନଜର ଆସିଛନ୍ତି। କାଜୋଲ୍ ଲେଖିଛନ୍ତି ଯେ ସେ ଅଜୟକୁ କହିଲେ- ବେବି ଚାଲ ଆଜି ଗୋଟେ ସେଲଫି ନେବା। ଉତ୍ତରରେ ସ୍ବାମୀ କହିଲେ -ତୁମେ ସେଠାରେ ଯାଇ ବସ ମୁଁ କ୍ଲିକ୍ କରୁଛି।

କାଜୋଲ ଅଜୟଙ୍କୁ କହିଥିଲେ – ସେଲଫି ଅର୍ଥ ଆମେ ଦୁହେଁ ସେହି ଫଟୋରେ ରହିବା ଏବଂ ଏହାର ଉତ୍ତର ଆପଣଙ୍କ ସାମନାରେ ରହିଛି। କାଜୋଲ୍ ଏବଂ ଅଜୟଙ୍କ ବିବାହକୁ ୨୧ବର୍ଷ ପୂରି ସାରିଲାଣି। ସ୍ବଭାବରେ କାଜୋଲ ଯେତିକି ଚୁଲବୁଲି ଅଜୟ ସେତିକି ଗମ୍ଭୀର।

ଦୁହେଁ ନିକଟରେ ଏକାଠି ‘ତାନାଜୀ ଦ ଅନସଙ୍ଗ୍ ଓ୍ବରିୟର’ ଫିଲ୍ମରେ ନଜର ଆସିଥିଲେ। ଏହି ଫିଲ୍ମରେ ଅଜୟ ତାନାଜୀ ଭୂମିକାରେ ଏବଂ କାଜୋଲ୍ ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ଧୂଆଁଧାର କମାଲ୍ ଦେଖାଇଥିଲା। ଏହି ଫିଲ୍ମ ଜାନୁୟାରୀ ୧୦ତାରିଖରେ ରିଲିଜ ହୋଇଥିଲା।

ଏହି ଫିଲ୍ମ ରିଲିଜରୁ ଏବେ ସୁଦ୍ଧା ୨୬୬କୋଟିରୁ ଅଧିକ କଲେକ୍ସନ୍ କରି ସାରିଛି। ଓମ୍ ରାଉତ ଏହାର ନିର୍ଦେଶନା କରିଛନ୍ତି। ଅଜୟ ଦେବଗନ୍ ଏବଂ ଭୂଷଣ କୁମାର ମିଶି ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି।
