ବଲିଉଡ୍‌ରେ ୩୦ ବର୍ଷ ପୂରା କଲେ କାଜୋଲ : ସ୍ପେଶାଲ୍‌ ନୋଟ୍‌ ସେୟାର କଲେ ଅଜୟ

Published By : Prameya-News7 Bureau | July 31, 2022 IST

ମୁମ୍ବାଇ ୩୧।୦୭: ବଲିଉଡର ବ୍ଲାକ୍‌ ବିଉଟି ତଥା ଦକ୍ଷ ଅଭିନେତ୍ରୀ କାଜୋଲ ସିନେମାରେ ତିନି ଦଶନ୍ଧି ପୂରଣ କରିଛନ୍ତି। ୧୯୯୨ରେ ଡେବ୍ୟୁ କରିବା ପରଠାରୁ କାଜୋଲ ଏକରୁ ଅଧିକ ଫିଲ୍ମରେ ଅଭିନୟ ଦେଇଛନ୍ତି ଏବଂ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଏନେଇ ଅଭିନେତା ତଥା ତାଙ୍କ ସ୍ଵାମୀ ଅଜୟ ଦେବଗନ୍ ତାଙ୍କୁ ସିନେମାରେ ୩୦ ବର୍ଷ ପୂରଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଏହା ବ୍ୟତୀତ ଏକ ଅଜୟ ଦେବଗନ୍ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି ।

22YearsOfIshq: Do not miss this super cute conversation between Ajay Devgn  and Kajol as they celebrate the film's success | Hindi Movie News - Times  of India

ଅଜୟ ଫିଲ୍ମ 'ତାନାଜି: ଦ ଅନସଙ୍ଗ ୱାରିଅର୍' ର ଏକ ଚିତ୍ର ସେୟାର କରିଛନ୍ତି ଯେଉଁଥିରେ କାଜୋଲ ତାଙ୍କ ସହ ନଜର ଆସିଛନ୍ତି। ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, 'ସିନେମାରେ ୩ ଦଶନ୍ଧି ... ଏବଂ ଚମତ୍କାର କାର୍ଯ୍ୟ କରିଛନ୍ତି। ସତ କହିବାକୁ ଗଲେ ଏହା କେବଳ ଆରମ୍ଭ, ଆହୁରି ଅନେକ ସଫଳତା, ଚଳଚ୍ଚିତ୍ର ଏବଂ ସ୍ମୃତି ଆସିବ।'

wp:html
/wp:html

କହିବାକୁ ଗଲେ କାଜୋଲ ନିଜେ ନିଜ ପାଇଁ ଏକ ବଡ଼ ସ୍ଥାନ ସୃଷ୍ଟି କରିଛନ୍ତି । କାଜୋଲ ଫିଲ୍ମ ବେଖୁଦି ସହିତ ବଲିଉଡରେ ଡେବ୍ୟୁ କରିଥିଲେ। 'ବେଖୁଦି' ୩୧ ଜୁଲାଇ ୧୯୯୨ ରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ କମଲ ସଦାନା କାଜୋଲଙ୍କ ବିପକ୍ଷରେ ଦେଖାଯାଇଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାହୁଲ ରେୱେଲ।

{"width":830,"height":623}
Kajol's top 10 performances | Filmfare.com

କାଜୋଲ କେବଳ ହିନ୍ଦୀରେ ନୁହେଁ ଅନେକ ଭାଷା ନିଜର ପ୍ରତିଭା ଦେଖାଇଛନ୍ତି। କାଜୋଲ ଦକ୍ଷିଣ ଚଳଚ୍ଚିତ୍ରରେ କାମ କରିଥିବାବେଳେ ସେ ହଲିଉଡର ଆନିମେଟେଡ୍ ଚଳଚ୍ଚିତ୍ର ‘ଇନକ୍ରିଡିବଲ୍’ ୨ ସମେତ କିଛି ଫିଲ୍ମ ପାଇଁ ସ୍ୱର ମଧ୍ୟ ଡବ କରିଛନ୍ତି। କାଜୋଲଙ୍କ ବଲିଉଡ ଚଳଚ୍ଚିତ୍ରର ତାଲିକାରେ ବାଜିଗର, କରଣ ଅର୍ଜୁନ, ହଲଚଲ, ଦିଲୱାଲେ ଦୁଲହାନିଆ ଲେ ଜୟେଙ୍ଗେ, ଗୁପ୍ତ, ଇଶ୍କ, ପ୍ୟାର କିୟା ତୋ ଡରନା କ୍ୟା, ଡୁପ୍ଲିକେଟ୍‌, ପ୍ୟାର ତୋ ହୋନା ହି ଥା, କୁଛ କୁଛ ହୋତା ହୈ , ହମ୍‌ ଆପକେ ଦିଲ୍‌‌ ମୈ ରେହତେ ହେଁ , ରାଜୁ ଚାଚା, କଭି ଖୁସି କଭି ଗମ, କଲ ହୋ ନା ହୋ, ଫନା, ମାଇଁ ନେଇ ଇଜ୍‌ ଖାନ୍‌, ଦିଲୱାଲେ ଏବଂ ତାନାଜୀ ।

Kajol Devgan Age Height Weight Biography Wiki Pics Hit Film & Awards -  Filmzgossip

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.