୧୦ ବର୍ଷର କାରାଦଣ୍ଡ ଶୁଣି ଆସାମୀ ବିଜୟ ମାଣିଆ ଫେରାର,ଭୁବନେଶ୍ୱର ADJ କୋର୍ଟ ଦେଇଥିଲେ ରାୟ

Published By : Prameya-News7 Bureau | June 26, 2022 IST

ଭୁବନେଶ୍ୱର ୨୬।୦୬ : କୋର୍ଟଙ୍କ ରାୟ ଶୁଣି ଅଭିଯୁକ୍ତ ଛୁ । ୧୦ ବର୍ଷ କାରାଦଣ୍ଡ ଶୁଣି କୋର୍ଟରୁ ଚମ୍ପଟ ମାରିଲା ଆସାମୀ । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଖୋଜୁଛି ପୋଲିସ । ଭୁବନେଶ୍ବର ADJ କୋର୍ଟରେ ଏପରି ଘଟିଛି ।

ଖବର ଅନୁଯାୟୀ, ୧୦ ବର୍ଷ କାରାଦଣ୍ଡ ଶୁଣି କୋର୍ଟରୁ ଚମ୍ପଟ ମାରିଲା ଆସାମୀ । ଏକ ଏନଡିପିଏସ ମାମଲାରେ ଗିରଫ ହୋଇଥିଲା ଅଭିଯୁକ୍ତ । କଟକ ଫ୍ଲାଇଂ ସ୍କ୍ବାଡ ଦ୍ବାରା ଏକ ଏନଡିପିଏସ ମାମଲାରେ ଗିରଫ ହୋଇଥିଲା ଅଭିଯୁକ୍ତ ବିଜୟ କୁମାର ମାଣିଆ । ଶନିବାର ଶୁଣାଣି ଥିବାରୁ ପୋଲିସ ତାକୁ ଏଡିଜେ କୋର୍ଟରେ ହାଜର କରାଇଥିଲା । ତେବେ ୧୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣିବା ପରେ ଆସାମୀ କୌଶଳକ୍ରମେ ସେଠାରୁ ଖସି ପଳାଇଛି । ତେବେ ତାକୁ ଧରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରଖିଥିବା କମିଶନରେଟ ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.