Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଟରଣ୍ଟୋ ଇଣ୍ଟର୍‌ନ୍ୟାସ୍‌ନାଲ ଫିଲ୍ମ ଫେଷ୍ଟିଭାଲ୍‌ରେ ୱର୍ଲଡ ପ୍ରିମିୟର ହେବ ‘କଚ୍ଚେ ଲିମ୍ବୁ’

3/09/2022 at 9:00 AM

ମୁମ୍ଵାଇ ୦୩।୦୯: ନବାଗତ  ନିର୍ଦ୍ଦେଶକ ଶୁଭମ୍‌  ଯୋଗୀଙ୍କ ଆଧୁନିକ  ଭାଇ-ଭଉଣୀ ଡ୍ରାମାଟିକ୍‌  ‘କଚ୍ଚେ ଲିମ୍ବୁ’। ଟରଣ୍ଟୋ ଇଣ୍ଟର୍‌ନ୍ୟାସ୍‌ନାଲ ଫିଲ୍ମ  ଫେଷ୍ଟିଭାଲ୍‌ରେ ୱର୍ଲଡ  ପ୍ରିମିୟର ହେବ ଏହି ଫିଲ୍ମ । ଏହାକୁ  ନେଇ ଖୁବ୍‌ ଉତ୍ସାହିତ  ଅଛନ୍ତି ରାଧିକା ମଦାନ। ଘର ଲୋକଙ୍କ ଦ୍ୱାରା ଲଦାଯାଇଥିବା ସ୍ୱପ୍ନ ପୂରଣ  କରିବାକୁ ଦୌଡୁଥିବା  ଜଣେ ଆଶାବାଦୀ ଝିଅ  ଅଦିତିର କାହାଣୀ ଫିଲ୍ମରେ ବର୍ଣ୍ଣନା  କରାଯାଇଛି ।

ସାହସ, ଦୃଢ଼ସଂକଳ୍ପ  ଓ ନିଜକୁ ଆବିଷ୍କାର କରିବାର  କାହାଣୀ ‘କଚ୍ଚେ ଲିମ୍ବୁ’ ଏକ ଭାବପୂର୍ଣ୍ଣ  ଯାତ୍ରା, ଯେଉଁଥିରେ ପରିବାର, ବନ୍ଧୁ ଏବଂ  ଖାସ୍‌ କରି ନିଜ ବଡ଼ ଭାଇକୁ ପ୍ରମାଣ କରିବା  ପାଇଁ ନିଜ ସ୍ୱପ୍ନ ପୂରଣ କରିବା ମାମଲା ନିଜ ହାତକୁ  ନେଇଛି ଅଦିତି । ସମୟ ସହିତ ଠିକ୍‌ ନିଷ୍ପତ୍ତି ଆପଣଙ୍କ ପାଇଁ  ରାସ୍ତା ଖୋଲିବ । ଏହି ବିଚାରଧାରାକୁ ଫିଲ୍ମରେ ଫୋକସ୍‌  କରାଯାଇଛି । ସମ୍ମାନସ୍ପଦ ଟରଣ୍ଟୋ ଇଣ୍ଟର୍‌ନ୍ୟାସ୍‌ନାଲ ଫିଲ୍ମ  ଫେଷ୍ଟିଭାଲ୍‌ରେ ‘କଚ୍ଚେ ଲିମ୍ବୁ’ର ୱର୍ଲଡ ପ୍ରିମିୟର୍‌  ଅପେକ୍ଷା ଆଉ ଅଧିକ କ’ଣ ବା ଚାହିଁବେ ବୋଲି  ଉତ୍ସାହିତ ନିର୍ଦ୍ଦେଶକ ଶୁଭମ୍‌ କହିଛନ୍ତି । ଏହି ଫିଲ୍ମ  ଜରିଆରେ ଜଣେ ଫିଲ୍ମମେକର୍‌ ଭାବେ ଯାତ୍ରା  ଆରମ୍ଭ କରିଥିବାରୁ ସେ ଖୁବ୍‌ ଆନନ୍ଦିତ । ଏଇଟି  ପ୍ରତି ଘରର କାହାଣୀ ।

ଯେଉଁ ମାର୍ଗରେ ଫିଲ୍ମର  କାହାଣୀ ବର୍ଣ୍ଣନା କରିବାକୁ ଚାହୁଁଥିଲେ, ସେଥିରେ  ସମର୍ଥ ହୋଇଥିବାରୁ ସେ ନିଜକୁ ଭାଗ୍ୟଶାଳୀ  ବୋଲି କହିଛନ୍ତି । ଫିଲ୍ମର ମୁଖ୍ୟ କଳାକାର  ରାଧିକାଙ୍କ ସମେତ ରଜତ ବାରମେଚା  ଓ ଆୟୁଷ ମେହରାଙ୍କୁ ସେ ଖୁବ୍‌ ତାରିଫ୍‌  କରିଛନ୍ତି । ପ୍ରତ୍ୟେକ ପରିବାର ସହିତ ଏହାର  କାହାଣୀ ଯୋଡ଼ିହେବ ବୋଲି ସେ ଆଶାବାଦୀ ।  ଫିଲ୍ମରେ ରାଧିକାଙ୍କ ନିଖୁଣ ଓ ଜୀବନ୍ତ  ଅଭିନୟ ଦର୍ଶକଙ୍କ ହୃଦୟ ଜିଣିବ ବୋଲି  ଫିଲ୍ମମେକର୍‌ ଆଶାବାଦୀ

   Related Posts