ଗୀତ ଶୁଣୁ ଶୁଣୁ ଆଉଟ୍‌ ଅଫ୍‌ କଣ୍ଟ୍ରୋଲ୍‌; ରାସ୍ତା ଉପରେ ଲଗାଇଲା ଠୁମକା, ସମସ୍ତେ ଚାହିଁ ରହିଗଲେ...

Published By : Prameya-News7 Bureau | May 08, 2022 IST

ନୂଆଦିଲ୍ଲୀ ୦୮/୦୫ : ଇଣ୍ଟରନେଟ ଭାଇରାଲ୍‌ ଭିଡିଓର ଗନ୍ତାଘର। ଖାସ୍‌ କରି  ମଜାଦାର ଭିଡିଓର। ସବୁବେଳେ କିଛି ନା କିଛି ହେଉଥାଏ ଭାଇରାଲ୍‌। ଆଉ କିଛି ଲୋକେ ଭାଇରାଲ୍‌ ହେବା ଟ୍ରେଣ୍ଡକୁ ଫଲୋ ବି କରୁଛନ୍ତି। କିଛି ଟ୍ରେଣ୍ଡ୍‌ ଏମିତି ବି ଅଛି ଯାହା ଅନେକ ସମୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ ଗୋଟେ ହେଉଛି  କଚ୍ଚା ବାଦାମ୍‌। ଗୀତ ଭାଇରାଲ୍‌  ୪ ପାସ ପରେ ବି କମିନି ଗୀତର କ୍ରେଜ୍‌। ଟ୍ରେଣ୍ଡ୍‌ ତାଲିକାରୁ ବାହାରିବାର ନାଁ ହିଁ ନେଉନି। ଭାଇରାଲ୍‌ ବଙ୍ଗାଲୀ ଗୀତ କଚ୍ଚା ବାଦାମ୍‌ ଏବେବି ସୋସିଆଲ୍‌ ମିଡିଆରେ ଛାଇ ଯାଇଛି। ଏହି ଗୀତଟିକୁ ଗାଇଥିବା ଭୁବନ ବାଦ୍ୟକାର ତ ଏବେ ଷ୍ଟାର୍‌। ଆଉ ତାଙ୍କ ଦେସ ନୁହେଁ ବିଦେଶରେ ବି ଫେମସ୍‌।

ଗୀତ ବି ସେମିତି ବାଜିବା ମାତ୍ରେ ନାଚିବା ଥୟ। ଛୋଟ ଠୁ ବଡ଼ । ସେଲିବ୍ରିଟିଠୁ ନେଇ କ୍ରିକେଟକ ସମସ୍ତେ ଏହି ଗୀତର ଦିୱାନା।

wp:html
/wp:html

ସେହି ଗୀତର ପୁଣି ଏକ  ଭିଡିଓ ହେଉଛି ଭାଇରାଲ୍‌। ନିକଟରେ କିଛି ଯୁବକ ସ୍କୁଲ୍‌ ଡ୍ରେସ୍‌ ପିନ୍ଧି ରାସ୍ତାରେ ଯାଉଛନ୍ତି। ସେଥିମଧ୍ୟରୁ ଜଣେ ଯୁବକ  ହଠାତ୍‌ ନାଚିବାକୁ ଲାଗନ୍ତି। ତାଙ୍କ ନାଚ ଷ୍ଟେପ୍‌ ଦେଖି ଯେ କେହିବି କହିଦେବ , ତାହା କେଉଁ ଗୀତ ବୋଲି।  ହଁ ଆଜ୍ଞା ଠିକ୍‌ ବାଭିଲେ କଚ୍ଚା ବାଦାମ୍‌।  ଏହି ଗୀତଟି ବାଜିବା ମାତ୍ରେ ପିଲାଟି ଅଣ୍ଟା ହଲାଇବା ସହ କରିବା ଲାଗିଲେ ତାର ହୁକ୍‌ ଷ୍ଟେପ୍‌।

କଚ୍ଚା ବାଦାମ୍‌ ଗୀତ ଶୁଣି ପିଲାଟି  ଆଉଟ୍‌ ଅଫ୍‌ କଣ୍ଟୋଲ୍‌ ।  ଆଉ ତାପରେ ନାଚିବାକୁ ଲାଗିଲେ।

ଏହି ଭିଡିଓଟି ଇନଷ୍ଟାଗ୍ରାମରେ rvcjinsta ନାମକ ଏକ ଆକାଉଣ୍ଟରେ ଅପଲୋଡ୍ କରାଯାଇଛି। ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି।  ଏହି ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ଏହା ଅନ୍ୟ ଏକ ସ୍ତରର କ୍ରେଜ୍।'

ଏହି ଭିଡିଓରେ ଅନେକ ୟୁଜର କମେଣ୍ଟ ବି କରିଛନ୍ତି। ଜଣେ ୟୁଜର ଥଟ୍ଟା କରି ଲେଖିଛନ୍ତି, 'ସେ ଝିଅମାନଙ୍କ ଅପେକ୍ଷା ଭଲ କରୁଛନ୍ତି।' ଅନ୍ୟ ଜଣେ ଲେଖିଛନ୍ତି, 'ଅଲ୍ଟ୍ରା ପ୍ରୋ ମ୍ୟାକ୍ସ କ୍ରେଜ୍।' । ଆଉ ଜଣେ ଲେଖିଛନ୍ତି, ଏମିତି ଲାଗୁଛି, ଭାଇ ମଧ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.