scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିବାହ ବନ୍ଧନରେ ବାନ୍ଧି ହେଲେ ‘କଭି ଖୁସି ଗମ୍‌’ ଫେମ୍‌ ମାଳବିକା, ସାମ୍ନାକୁ ଆସିଲା ଫଟୋ

1/12/2023 at 7:45 AM

ମୁମ୍ଵାଇ ୦୧।୧୨: ଫିଲ୍ମ ‘କବି ଖୁସି କଭି ଗମ୍‌’। ୨୦୦୧ରେ ଏହି ଫିଲ୍ମଟି ରିଲିଜ୍‌ ହୋଇଥିଲା । ଏହି ଚଳଚ୍ଚିତ୍ରରେ ‘ପୁ’ଙ୍କ ଚରିତ୍ର ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା। ଫିଲ୍ମରେ ଶିଶୁ କଳାକାର ଭାବେ ‘ପୁ’  ଚରିତ୍ରରେ ସାନ କରୀନା କପୁରଙ୍କ ଭୂମିକାରେ ମାଳବିକା ରାଜ ଅଭିନୟ କରିଥିଲେ।। ବର୍ତ୍ତମାନ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିକଟରେ ମାଲବିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି।

Kabhi Khushi Kabhie Gham actor Malvika Raaj ties the knot, see photos |  Bollywood News - The Indian Express

୩୦ ବର୍ଷିୟା ମାଳବିକା ଗୋଆରେ ସେ ତାଙ୍କ ଦୀର୍ଘଦିନର ବଏଫ୍ରେଣ୍ଡକୁ ବିବାହ କରିଛନ୍ତି ।  ଚଳିତ ବର୍ଷ ମାଳବିକାଙ୍କ ସହ ତୁର୍କିରେ ନିର୍ବନ୍ଧ କରିଥିଲେ ପ୍ରେମିକ ପ୍ରଣବ ବଗ୍ଗା। ଏହା ପରେ ପରିବାର ଓ ବନ୍ଧୁଙ୍କ ପାଇଁ ମୁମ୍ବାଇରେ ପାର୍ଟି ରଖିଥିଲେ ଅଭିନେତ୍ରୀ। ଏବେ ତାଙ୍କର ବିବାହ ଗୋଆରେ ଶେଷ ହୋଇଛି। ବିବାହର କିଛି ଫଟୋ ମାଳବିକା ସେୟାର କରିଛନ୍ତି।

K3G's Young Poo, Malvika Raaj Ties The Knot With BF Pranav Bagga In A  Dreamy Ceremony; See Couple's FIRST Pics - Filmibeat

ଯେଉଁଥିରେ ଦୁହେଁ ଗୋଲଡେନ୍‌ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ଦେଖାଯାଇଛି। ଦୁହେଁ ଖୁବ୍‌ ସୁନ୍ଦର ଦେଖାଯାଉଥିବା ବେଳେ ବହୁତ ଖୁସି ନଜର ଆସିଛନ୍ତି ।  ବୃତ୍ତିରେ ପ୍ରଣବ ଜଣେ ଉଦ୍ୟୋଗୀ ବୋଲି ଜଣାପଡ଼ିଛି। ଅଭିନେତ୍ରୀ ବିବାହ ଖବର ଫଟୋ ସେୟାର କରି ଜଣାଇବା ପରେ ତାଙ୍କ ବନ୍ଧୁ ଓ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି। ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

   Related Posts