‘କାମ୍ ଖତମ୍, ପଇସା ହଜମ’; ଘର ଖାଲି କରିବାକୁ ସିସୋଦିଆଙ୍କ ପରିବାରକୁ ଚିଠି ପରେ ସରକାରଙ୍କୁ ଇଙ୍ଗିତ କଲା ବିଜେପି
18/03/2023 at 11:23 AM

ନୂଆଦିଲ୍ଲୀ: ‘କାମ୍ ଖତମ୍, ପଇସା ହଜମ’ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୂର୍ବତନ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପରବାରକୁ ଛାଡ଼ିବାକୁ କହିବା ପରେ ଟ୍ବିଟ୍ କରି ଇଙ୍ଗିତ କରିଛନ୍ତି ବିଜେପି ନେତା । ବିଜେପି ଜାତୀୟ ମୁଖପାତ୍ର ଶେହଜାଦ୍ ପୁନାଓ୍ବାଲା କହିଛନ୍ତି, କେଜ୍ରିଓ୍ବାଲଙ୍କ ମୋଟୋ ‘କାମ୍ ଖତମ୍, ପଇସା ହଜମ’ । କାମ ସରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାହାକୁ ଚିହ୍ନି ନାହାନ୍ତି ବୋଲି କହିଛନ୍ତି ପୁନାଓ୍ବାଲା।
ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସିସୋଦିଆଙ୍କ ସରକାରୀ ବାସଭବନକୁ ନୂତନ ମନ୍ତ୍ରୀ ଅଟଳଙ୍କୁ ପ୍ରଦାନ କରିଛନ୍ତି । ଏଥିପାଇଁ ଦିଲ୍ଲୀ ସରକାର ଏକ ଚିଠି ଲେଖି ମାର୍ଚ୍ଚ ୨୧ ତାରିଖ ସୁଦ୍ଧା ଘର ଛାଡ଼ିବାକୁ କହିଛନ୍ତି । ମନୀଷ ସିସୋଦିଆ ରିମାଣ୍ଡ ଅବଧି ବଢ଼ିବା ପରେ ମାର୍ଚ୍ଚ ୧୪ଜାରି କରାଯାଇଥିଲା । ଏହି ଘଟଣା ଗତ ଶୁକ୍ରବାର ସାମ୍ନାକୁ ଆସିବା ପରେ ବିଜେପି ଏହି ପ୍ରସଙ୍ଗକୁ ଏକ ମୁଦ୍ଦା କରି କେଜ୍ରିଓ୍ବାଲଙ୍କ କାର୍ଯ୍ୟ ଅତି ଘୃଣ୍ୟ ବୋଲି କହିଛନ୍ତି । ବିଜେପି ମୁଖପାତ୍ର ଶେହଜାଦ୍ ପୁନାଓ୍ବାଲା ଟ୍ବିଟ୍ କରି କହିଛନ୍ତି, ‘Kaam Khatam, Paisa Hajam’ ।
ସେହିପରି ବିଜେପି ନେତା ଅମିତ୍ ମାଲଭିୟ କହିଛନ୍ତି, ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ତାଙ୍କୁ କେଜ୍ରିଓ୍ବାଲ ତୁରନ୍ତ ମନ୍ତ୍ରୀପଦରୁ ହଟାଇ ଦେଇଥିଲେ, ହେଲେ ସତ୍ୟେନ୍ଦ୍ର ଜୈନ ଗତ ବର୍ଷ ଗିରଫ ହୋଇଥିଲା ମଧ୍ୟ ତାଙ୍କୁ ୯ମାସ ପର୍ଯ୍ୟନ୍ତ ପଦ ରଖାଯାଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ପରିବାରର ଯତ୍ନ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ତୁରନ୍ତ ସରକାରୀ ବାସଭବନକୁ ଅତିଶିଙ୍କୁ ପ୍ରଦାନ କରିଛନ୍ତି।
ମନୀଷ ସିସୋଦିଆଙ୍କୁ ମଦ ଦୁର୍ନିତୀ ଓ ଗୁଇନ୍ଦାଗିରି ଅଭିଯୋଗରେ ଫେବ୍ରୁଆରୀ ୨୬ତାରିଖରେ ସିବିଆଇ ଗିରଫ କରିଥିଲା । ପରେ ସିସୋଦିଆଙ୍କ ଅନୁଗାମୀମାନେ ମନୀଷଙ୍କ ପରିବାରକୁ ଯତ୍ନ ନେବାକୁ କହିଥିଲେ । ହେଲେ ଏସବୁ କେଜ୍ରିଓ୍ବାଲ ଭୁଲି ଗଲେଣି ବୋଲି ବିଜେପି ନେତା କହିଛନ୍ତି ।