Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଆଜି ରିଲିଜ୍ ହୋଇଛି ତାମିଲ ସୁପରଷ୍ଟାର ରଜନୀକାନ୍ତ ଅଭିନିତ ବହୁ ଚର୍ଚ୍ଚିତ ସିନେମା କାଲା

7/06/2018 at 10:26 AM

ଆଜି ରିଲିଜ୍ ହୋଇଛି ତାମିଲ ସୁପରଷ୍ଟାର ରଜନୀକାନ୍ତ ଅଭିନିତ ବହୁ ଚର୍ଚ୍ଚିତ ସିନେମା କାଲା । ଏନେଇ ବୁଧବାର କାଲା ରିଲିଜ୍ ଉପରେ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମ୍ କୋର୍ଟ । ଆବେଦନକାରୀ ନିଜକୁ କାଲାର ପ୍ରକୃତ ସ୍କ୍ରିପ୍ଟ ଲେଖକ ବୋଲି ଦାବି କରି ପାରିଶ୍ରମିକ ପାଇବା ଲାଗି ସିନେମା ରିଲିଜ୍ ସ୍ଥଗିତ ରଖିବାକୁ ଆବେଦନ କରିଥିଲେ । ସେପଟେ କାବେରୀ ଜଳ ବିବାଦ ପାଇଁ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ବିବାଦ ଲାଗିରହିଥିବାରୁ ରଜନୀକାନ୍ତଙ୍କ ଏହି ଚଳଚ୍ଛିତ୍ର ରିଲନିଜ୍ କରାଇ ନଦେବାକୁ ବିଭିନ୍ନସଂଗଠନ ଦାବି କରିଥିଲା । କର୍ଣ୍ଣାଟକ ଫିଲ୍ମ ଚ୍ୟାମ୍ବର୍ସ ସଂଘ କହିଛି ରାଜ୍ୟରେ କାଲ୍ ସିନେମାର ପ୍ରଦର୍ଶନ କିମ୍ବା ବିତରଣ ହୋଇପାରିବ ନାହିଁ । କାବେରୀ ନଦୀ ଜଳ ବିବାଦ ମାମଲରେ ରଜନୀକାନ୍ତଙ୍କ ମତାମତ ବିରୋଧରେ କର୍ଣ୍ଣାଟକ ତାଙ୍କ ସିନେମାକୁ ବିରୋଧ କରିଛି । ସେପଟେ କାଲା ଚଳଚ୍ଚିତ୍ର ରିଲିଜ୍ ପାଇଁ ଏହା ସଠିକ ସମୟ ନୁହେଁ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ କହିଛନ୍ତି । ତାମିଲନାଡୁର ୭୦୦ହଲରେ ଆଜି ରିଲିଜ୍ ହୋଇଛି କାଲ୍ଲା ।

Leave a Reply

   Related Posts