ଭୁବନେଶ୍ୱର ୦୪/୦୪: ଆସନ୍ତା ଏପ୍ରିଲ୍ ୭ରୁ ରାଜ୍ୟ ଉପରେ ଜଳୀୟବାଷ୍ପର ପ୍ରଭାବ ରହିବ। ପାଣିପାଗରେ ହେବ ପରିବର୍ତ୍ତନ। ୭ରୁ ୯ ଯାଏଁ କାଳବୈଶାଖୀ ଜନିତ ବର୍ଷା ଜାରୀ ରହିବ। ଏହାସହ ରାଜ୍ୟରେ ବାରମ୍ବାର କାଳବୈଶାକୀ ଜନିତ ବର୍ଷା ମୌସୁମୀକୁ ଦୁର୍ବଳ କରୁଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ। ମାର୍ଚ୍ଚରୁ ଜୁନ ପର୍ୟ୍ୟନ୍ତ ଷ୍ଟ୍ରଙ୍ଗ ହିଟ୍ ରହିଲେ ମୌସୁମୀ ସ୍ଥଳଭାଗ ମୁହାଁ ହେବ।
ସେପଟେ ୭ରୁ ଉପକୁଳ ଓଡ଼ିଶାରେ ବର୍ଷା ନେଇ ୟେଲୋ ୱର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ । ୭ ଓ ୮ ତାରିଖରେ ଘଡ଼ଘଡି ସହ ବର୍ଷା ନେଇ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି,ଗଞ୍ଜାମ, ନୟାଗଡ଼, ରାୟଗଡ଼ା, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି।