କନ୍ନଡ ଅଭିନେତା ତଥା ପୂର୍ବ IAS ଅଫିସ୍‌ର କେ. ଶିବାରାମଙ୍କ ଦେହାନ୍ତ

Published By : Prameya-News7 Bureau | March 01, 2024 IST

ମୁମ୍ଵାଇ ୦୧।୦୩: ପୂର୍ବତନ ଆଇଏଏସ୍ ଅଫିସର ତଥା ଲୋକପ୍ରିୟ କନ୍ନଡ଼ ଅଭିନେତା କେ.ଶିବରାମଙ୍କ ଦେହାନ୍ତ। ଗତ କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା। ଏହି କାରଣରୁ ତାଙ୍କୁ ଏଚସିଜି ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ବୁଧବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଗୁରୁବାର ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ପ୍ରାୟ ୭୧ବର୍ଷ ବୟସ ହୋଇଥିଲା। ଏହି ଖବର ତାଙ୍କ ପ୍ରଶଂସକ ଓ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି।

କେ.ଶିବରାମ କନ୍ନଡ଼ ଭାଷାରେ ୟୁପିଏସସି ପରୀକ୍ଷା ପାସ୍ କରିଥିଲେ । ଏହି ସଫଳତା ପାଇବାର ପ୍ରଥମ ବ୍ୟକ୍ତିତ୍ବ ହୋଇ ଇତିହାସ ରଚିଥିଲେ। ଆଇଏଏସ ହେବା ପରେ ବିଜୟପୁରା, ବେଙ୍ଗାଲୁରୁ, ମହୀସୁର, କୋପାଲା ଏବଂ ଦାବଣଗେରେରେ ପୋଷ୍ଟିଂ ହୋଇ ଦାୟିତ୍ବ ତୁଲାଇଥିଲେ। ଏହା ପରେ ସେ କନ୍ନଡ଼ ଫିଲ୍ମ ‘ବା ନଲ୍ଲେ ମଧୁଚନ୍ଦ୍ରାକେ’ ଜରିଆରେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ।

ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଆସି ଲୋକପ୍ରିୟ ହୋଇଥିଲେ କେ.ଶିବରାମ। ୨୦୧୩ରେ ସେ ଅଭିନୟରୁ ଅବସର ନେଇ ରାଜନୀତିକୁ ଆସିଥିଲେ। କଂଗ୍ରେସରେ ସାମିଲ ହୋଇ ୨୦୧୪ରେ ବିଜୟପୁରାରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ କେ.ଶିବରାମ। ଏହା ପରେ ସେ ବିଜେପିରେ ରାଜ୍ୟ କାର୍ଯ୍ୟକାରୀ ସମିତିରେ ସାମିଲ ହୋଇଥିଲେ।

wp:embed {"url":"https://www.prameyanews7.com/anant-ambani-radhika-merchant-pre-wedding/","type":"wp-embed","providerNameSlug":"prameya-news-7"}
https://www.prameyanews7.com/anant-ambani-radhika-merchant-pre-wedding/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.