କରୋନା ମୁକାବିଲା ପାଇଁ ୧ ମିଲିୟନ ପାଉଣ୍ଡ ଦାନ କଲେ ହ୍ୟାରି ପୋଟର୍ ଲେଖିକା ଜେକେ ରୋଲିଙ୍ଗ୍

Published By : Prameya-News7 Bureau | May 02, 2020 IST

ବ୍ରିଟିଶ, ୦୧।୦୫:  ହ୍ୟାରୀ ପୋଟର୍ ସିରିଜର ଲେଖିକା ଜେକେ ରୋଲିଙ୍ଗ୍ କରୋନା ମୁକାବିଲା ପାଇଁ ଲକଡାଉନ ସମୟରେ ୧ ମିଲିୟନ ପାଉଣ୍ଡ ଦାନ କରିଛନ୍ତି । ଏହା ମଧ୍ୟରୁ ୫୦ ପ୍ରତିଶତ ଅର୍ଥ ବାସହରାଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ ହେବ  ଓ ଆଉ ୫୦ ପ୍ରତିଶତ ଅର୍ଥ ଘରୋଇ ହିଂସାର ଶିକାର ହୋଇଥିବା ପୀଡିତଙ୍କ ପାଇଁ ଖର୍ଚ୍ଚ କରାଯିବ ।

wp:core-embed/twitter {"url":"https://twitter.com/jk_rowling/status/1256511008320950273?ref_src=twsrc%5Egoogle%7Ctwcamp%5Eserp%7Ctwgr%5Etweet","type":"rich","providerNameSlug":"twitter","className":""}
https://twitter.com/jk_rowling/status/1256511008320950273?ref_src=twsrc%5Egoogle%7Ctwcamp%5Eserp%7Ctwgr%5Etweet
/wp:core-embed/twitter

ନିଜ ଟ୍ୱିଟର ପେଜରେ ରୋଲିଙ୍ଗ୍ କହିଛନ୍ତି ଯେ, ଶନିବାର ବ୍ୟାଟଲ ଅଫ ହୋଗଓ୍ୱାର୍ଟସକୁ ୨୨ ବର୍ଷ ପୂରଣ ହୋଇଛି ।  କିନ୍ତୁ କାଲ୍ପନିକ ଯୁଦ୍ଧ ବାବଦରେ କହିବାକୁ ଏତେଟା ଭଲ ଲାଗେନି । କାରଣ ଏବେ ବିଶ୍ୱରେ ଲକ୍ଷଲକ୍ଷ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ଏବେ ଅନେକ ବାସହରା ଓ ଘରୋଇ ହିଂସାର ଶିକାର ବ୍ୟକ୍ତି ଅସୁବିଧାରେ ରହିଛନ୍ତି । ସେ ଏଥିପାଇଁ ଦୁଇଟି ଚାରିଟୀକୁ ୧ ମିଲିୟନ ପାଉଣ୍ଡ ଦେବ ବୋଲି ଘୋଷଣା କରିଛନ୍ତି ।

ରୋଲିଙ୍ଗ୍ ହ୍ୟାରୀ ପୋଟରର ଅନେକ କାହାଣୀ ଲେଖିଛନ୍ତି । ସେ ଏବେ ଏଡନୀବୁର୍ଗରେ ରହୁଛନ୍ତି । ସେ ଅନେକ ବହି ଲେଖିଛନ୍ତି । ଏପରିକି ସେ ହେଉଛନ୍ତି ସର୍ବାଧିକ ଆୟ କରୁଥିବା ଲେଖିକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.