ପ୍ରଥମେ ଇସ୍ତଫା ଦେଲେ, ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବହିଷ୍କାର କଲା କଂଗ୍ରେସ

Published By : Prameya-News7 Bureau | March 10, 2020 IST

ଭୋପାଳ, ୧୦|୦୩:  ମଧ୍ୟପ୍ରଦେଶର ଟାଣୁଆ କଂଗ୍ରେସ ନେତା ଜ୍ୟୋତିରରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ କଂଗ୍ରେସ ପକ୍ଷରୁ ତାଙ୍କୁ ବହିଷ୍କାର କରାଯାଇଛି। ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅର୍ଥାତ ମଙ୍ଗଳବାର ସକାଳେ ସିନ୍ଧିଆ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଦଳରୁ ଇସ୍ତଫା ପ୍ରଦାନ କରିବା ସହ ନିଜ ଇସ୍ତଫାପତ୍ରକୁ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଇଥିଲେ।  

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀ କହିଛନ୍ତି ଯେ, ସେ ସିନ୍ଧିଆଙ୍କର ସମ୍ମାନ କରନ୍ତି। ସେ ଜଣେ ରାଜାଙ୍କ ପୁତ୍ର। ହାଭାର୍ଡରୁ ପାଠ ପଢିଛନ୍ତି। କିନ୍ତୁ ଲୋଭ ଲୋକଙ୍କୁ କେଉଁଠାକୁ ବି ନେଇପାରେ। କଂଗ୍ରେସରେ ସେ ରାଜଦରବାରରେ ଥିଲେ କିନ୍ତୁ ବିଜେପିରେ ସେ ପ୍ରଜା ଭଳି ରହିବେ।

ସେହିପରି ବେଣୁଗୋପାଳ କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁଁ ସିନ୍ଧିଆଙ୍କୁ ତତ୍କାଳ ବହିଷ୍କାର କରିଛନ୍ତି।

wp:core-embed/twitter {"url":"https://twitter.com/ANI/status/1237271805980639232?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237271805980639232\u0026ref_url=https%3A%2F%2Fhindi.news18.com%2Fnews%2Fnation%2Fpolitical-battle-of-madhya-pradesh-live-jyotiraditya-scindia-arrives-with-amit-shah-to-meet-pm-narendra-modi-2925994.html","type":"rich","providerNameSlug":"twitter","className":""}
https://twitter.com/ANI/status/1237271805980639232?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237271805980639232&ref_url=https%3A%2F%2Fhindi.news18.com%2Fnews%2Fnation%2Fpolitical-battle-of-madhya-pradesh-live-jyotiraditya-scindia-arrives-with-amit-shah-to-meet-pm-narendra-modi-2925994.html
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.