ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ହେଲେ ସାମିଲ

Published By : Prameya-News7 Bureau | April 15, 2024 IST

ଭୁବନେଶ୍ୱର ୧୫।୦୪ : ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ସୋମବାର ଦିନ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହୋଇଛନ୍ତି ସାମିଲ । 

ଖବର ଅନୁଯାୟୀ, ବିଜେଡିର ଜଣେ ଦକ୍ଷ ନେତା ଭାବେ ବେଶ୍‌ ଜଣାଶୁଣା ଥିଲେ ଜ୍ୟୋତି ପାଣିଗ୍ରାହୀ । ଦଳ ତାଙ୍କୁ ସୁନ୍ଦରଗଡ଼ର ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ଦେଇଥିଲା । ହେଲେ ଗୁରୁବାର ମାନେ ଅପ୍ରେଲ ୧୧ ତାରିଖ ଦିନ ଜ୍ୟୋତି ବିଜେଡି ଦଳରୁ ଇସ୍ତଫା ଦେଇଥିଲେ । ନିଜ ଇସ୍ତଫା ପତ୍ରରେ ସେ କହିଥିଲେ ଯେ, ପୂର୍ବ ପରି ଦଳ ଆଉ ନାହିଁ । ଦଳର ନେତାଙ୍କୁ ଆଉ ଭେଟି ହେଉନାହିଁ । ତେଣୁ ମୁଁ ବାଧ୍ୟ ମୁଁ ଦଳ ଛାଡୁଛି । 

ତେବେ ଏବେ ବିଜେଡି ଛାଡିବାର କିଛି ଦିନ ପରେ ବିଜେପିରେ ସାମିଲ ହୋଇଛନ୍ତି ଜ୍ୟୋତି ପାଣିଗ୍ରାହୀ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ସୋମବାର ଦିନ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଜ୍ୟୋତିଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସରୋଜ ମଧ୍ୟ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ତେବେ ଏହି ମିଶ୍ରଣ ପର୍ବରେ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । 

 

  • BJP
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.