scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନାବାଳକଙ୍କ ମଧ୍ୟରେ ବଢୁଛି ଅପରାଧ ପ୍ରବଣ ମାନସିକତା

12/05/2018 at 1:57 PM

ଗତ କିଛି ବର୍ଷ ହେଲା ନାବାଳକ ମାନେ ବହୁ ଜଘନ୍ୟ ଓ ଚର୍ଚ୍ଚିତ ଅପରାଧରେ ସାମିଲ୍‌ ହେଉଥିବା କଥା ଦେଖିବାକୁ ମିଳୁଛି। ଏହାର ମୂଳ କାରଣ ଖୋଜିବା ବେଳେକୁ, ଅନେକ କାରଣ ସାମ୍ନାକୁ ଆସୁଛି। ପ୍ରଥମତଃ ପରିବାରରେ ପୂର୍ବଭଳି ଆଉ ସଂସ୍କାର ଦେଖିବାକୁ ମିଳୁନଥିବା ବେଳେ, ମୋବାଇଲ୍‌ ଫୋନ୍‌ ସହ, ଧନୀକ ଶ୍ରେଣୀର ଚାକଚକ୍ୟ, ଗରିବ ଓ ମଧ୍ୟବିତ୍ତ ପରିବାରରୁ ଆସୁଥିବା ନାବାଳକଙ୍କ ଉପରେ ସିଧା ପ୍ରଭାବ ପକାଉଛି। ସମୟ ସହ ତାଳ ଦେଇ ଧନୀ ଶ୍ରେଣୀର ପିଲାମାନଙ୍କ ସହ, ସମାନ ହେବାକୁ ଚେଷ୍ଟା କରି,ଛୋଟମୋଟ ଅପରାଧରେ ସାମିଲ୍‌ ଥିବା ନାବାଳକ ଗୋଷ୍ଠୀ ପରେ ବଡବଡ ଅପରାଧରେ ସାମିଲ୍‌ ହେଉଥିବା ଦେଖିବାକୁ ମିଳିଛି। ସମ୍ବଲପୁର ସହରରେ ଗତ ତିନିମାସର ଅପରାଧ ତାଲିକା ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ, ନାବାଳକ ମାନେ ବହୁ ବଡବଡ ଅପରାଧରେ ସାମିଲ୍‌ ହୋଇଛନ୍ତି। ଅଇଁଠାପାଲ୍ଲୀ ଥାନାରେ ହାଜତମୃତ୍ୟୁର ଶିକାର ହୋଇଥିବା ନାବାଳକର ମୃତ୍ୟୁ ଖବର ପ୍ରଚାର ହେବାପରେ, ବହୁ ସଂଖ୍ୟାରେ ନାବାଳକ, ଅଇଁଠାପାଲ୍ଲୀଥାନା ଜାଳିପୋଡି ଦେବା ସହ, ବ୍ୟାପକ ଭଙ୍ଗାରୁଜ୍ଜା କରିଥିଲେ। ଏହି ମାମଲାରେ ପୋଲିସ୍‌ ବର୍ତ୍ତମାନ ସୁଦ୍ଧା ୧୮ଜଣଙ୍କୁ ଗିରଫ କରିଛି, ସେଥିମଧ୍ୟରୁ, ୭ଜଣ ନାବାଳକ ଅଛନ୍ତି। ସେହିପରି ଶାସନଥାନା ଅଞ୍ଚଳର ନବମଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ସେହି ସ୍କୁଲ୍‌ର ଦଶମ ଶ୍ରେଣୀ ଛାତ୍ରୀ ପ୍ରଥମେ, ସ୍କୁଲ୍‌ ବାରଣ୍ଡାରେ ଦୁଷ୍କର୍ମ କରିବା ପରେ, ଅନ୍ୟ ୨ନାବାଳକଙ୍କ ସହ, ମୋଟ ୬ଜଣ ସଂପୃକ୍ତ ନାବାଳିକାକୁ ସାରା ରାତି ବିଭିନ୍ନ ସ୍ଥାନ ବୁଲାଇ ଧର୍ଷଣ କରିଥିଲେ। ସେହିପରି ଗତକାଲି ସଂନ୍ଧ୍ୟାରେ, ଜଣେ ୧୨ବର୍ଷର ନାବାଳକ,୧୪ବର୍ଷର ନାବାଳକକୁ, ସାମାନ୍ୟ ସାଇକେଲ୍‌ ବାଜି ଯିବାରୁ ଛୁରିଭୁଷି ହତ୍ୟା କରିବା ଭଳି ଘଟଣା ଘଟିଛି। ନାବାଳିକାଙ୍କ ଉପରେ ବଢିଚାଲିଥିବା ଦୁଷ୍କର୍ମ ମାମଲାରେ, ବହୁ ସମୟରେ ନାବାଳକ ମାନେ ସାମିଲ୍‌ ହେଉଛନ୍ତି। ଏଭଳି ଘଟଣା ସବୁ, ସାମାଜିକକର୍ମୀ,ଜୁଭେନାଇଲ୍‌ ବୋର୍ଡ ସଦସ୍ୟ,ଓକିଲ ଓ ସର୍ବୋପରି ଅବିଭାବକ ମାନଙ୍କୁ ଚିନ୍ତାରେ ପକାଇ ଦେଇଛି……..
ବର୍ତ୍ତମାନ ଛୋଟଛୋଟ ସ୍କୁଲ୍‌ ପିଲାଙ୍କ ଠାରୁ ଆରମ୍ଭ କରି ରେକ୍ସାବାଲାଙ୍କ ପାଖରେ ଆଣ୍ଡରଏଡ୍‌ ମୋବାଇଲ ଫୋନ୍‌ ରହିଛି। ଅନେକ ଅଶ୍ଲିଳ ସାଇଟ୍‌ ମାତ୍ର ଗୋଟିଏ କ୍ଲିକ୍‌ରେ ମୋବାଇଲ୍‌ ସ୍କ୍ରିନ୍‌ରେ ଉପଲବ୍‌ଧ ହୋଇପାରୁଛି। ଏହାଯୋଗୁ ଏବେ ନାବାଳକ ମାନେ ବହୁ ସଂଖ୍ୟାରେ ଦୁଷ୍କର୍ମରେ ଜଡିତ ରହୁଥିବା କୁହାଯାଇଛି। ସେହିପରି ଅର୍ଥ ଲୋଭ ସହ, ଅବାଧ ନିଶାକାରବାର ମଧ୍ୟ, ନାବାଳକଙ୍କୁ ଅପରାଧ ଦୁନିଆରେ ସାମିଲ ହେବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ପାରିବାରିକ ସଂସ୍କାର,ସ୍କୁଲ୍‌ରେ ଶିକ୍ଷକଶିକ୍ଷୟତ୍ରୀ ମାନେ ନାବାଳିକ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦେଲେ, ଆଇନଅନୁଯାୟୀ ଦଣ୍ଡିତ ହେଉଥିବାରୁ, ନାବାଳକ ମାନେ ଛୋଟମୋଟ ଅପରାଧ କରିବା ପରେ, ମଧ୍ୟ କୌଣସି ଦଣ୍ଡ କି କାଉନ୍‌ସେଲିଂ ପାଉନାହାଁନ୍ତି। ଫଳରେ ଅପରାଧ ସାମ୍ରାଜ୍ୟରେ ସେମାନେ ଦିନକୁ ଦିନ ଅଧିକ ସକ୍ରିୟ ହୋଇପଡୁଛନ୍ତି। ଏପରି ଘଟିଲେ ଆସନ୍ତାଦିନରେ, ସମାଜରେ ଅପରାଧ ସଂଖ୍ୟା ବୃଦ୍ଧି ପାଇବତ ନିଶ୍ଚୟ,ତାହା ସହ ସାମାଜିକ ମୂଲ୍ୟବୋଧ ନଷ୍ଟ ହେବା ସହ, ଅନେକ ପରିବାର ଉଜୁଡିଯିବ ନିଶ୍ଚୟ। ଏହି ଭୟଙ୍କର ବ୍ୟାଧିକୁ ରୋକ୍‌ ଲଗାଇବା ପାଇଁ, ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ରହିଛି। ହେଲେ ପୋଲିସ୍‌ର କହିବା ହେଲା, ଅପରାଧ ଘଟିବା ପରେ, ସେମାନଙ୍କ ମୂଳଦାୟୀତ୍ବ ହେଲା, ମାମଲାର ତଦନ୍ତ କରିବା ଓ ଅପରାଧୀଙ୍କୁ ଗିରଫ କରିବା ଯାହାକି ସେମାନେ କରୁଛନ୍ତି। ତେଣୁ ସାମାଜିକ ସଂଗଠନ,ଜୁଭେନାଇଲ୍‌ ବୋର୍ଡ,ସ୍କୁଲ୍‌ ଓ କଲେଜ୍‌ରେ ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ସହ, ସାମାଜିକ ମୂଲ୍ୟବୋଧ ସଂପର୍କରେ କର୍ମଶାଳା,ସେମିନାର ଓ ବାରମ୍ବାର କାଉନ୍‌ସେଲିଂର ଆବଶ୍ୟକତା ରହିଛି….

Leave a Reply

   Related Posts