ପୁଣି ଜଷ୍ଟିନ୍‌ ଟ୍ରୁଡୋଙ୍କ ଟାର୍ଗେଟ; କହିଲେ-ଭାରତୀୟ ଏଜେଣ୍ଟ୍ସ କରିଛନ୍ତି ହତ୍ୟା, ବିରୋଧ କରିବାରୁ କୂଟନୀତିଜ୍ଞଙ୍କୁ ବାହାର କଲେ

Published By : Prameya-News7 Bureau | November 12, 2023 IST

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ପୁଣି ଥରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟା ପ୍ରସଙ୍ଗରେ ବୟାନ ଦେଇଛନ୍ତି। ପୁଣି ଥରେ ଭାରତ ଉପରେ ହରଦୀପ ସିଂହ ନିଜ୍ଜର ହତ୍ୟା ଅଭିଯୋଗ ଆଣିଛନ୍ତି। ଟ୍ରୁଡୋ ଭାରତରୁ ବାହାର ହୋଇଥିବା ୪୦ କାନାଡା କୂଟନୀତିଜ୍ଞଙ୍କ ପ୍ରସଙ୍ଗ ଉଠାଇଛନ୍ତି। ଉଲ୍ଲେଖଯୋଗ୍ୟରେ ଯେ, କାନାଡା ନାଗରିକ ତଥା ଖଲିସ୍ତାନୀ ଆତଙ୍କୀ ନିଜ୍ଜରକୁ ଗତ ଜୁନ୍ ଏକ ଗୁରୁଦ୍ବାରା ବାହାରେ ହତ୍ୟା କରାଯାଇଥିଲା। ଆଉ ଏହି ହତ୍ୟାର ଅଭିଯୋଗ ଭାରତ ଉପରେ ଲଗାଯାଇଥିଲା।

ପୁଣି ଏହି ପ୍ରସଙ୍ଗକୁ ନେଇ ଏବେ ଭାରତକୁ ଟାର୍ଗେଟ କରିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଜଷ୍ଟିନ ଟୁଡ୍ରୋ କହିଛନ୍ତି ‘ଆମେ ଏହି କଥାକୁ ନେଇ ସ୍ପଷ୍ଟ ଯେ, ଆମେ ଏହି ଗୁରୁତର ମାମଲାରେ ଭାରତ ସହ କାମ କରିବାକୁ ଚାହୁଛୁ । ଆରମ୍ଭରୁ ହିଁ ଆମେ ଏକଥାକୁ ନେଇ ବେଶ୍‌ ଚିନ୍ତିତ। ଆମେ ଏହି ମାମଲାର ମୂଳ ପର୍ଯ୍ୟନ୍ତ ଯିବାକୁ ନିଷ୍ପତ୍ତି ନେଇଛୁ। ଏହି ମାମଲାରେ ଗମ୍ଭୀରତାର ସହ ନେଇ ଭାରତ ସରକାର ଏବଂ ବିଶ୍ବର ଅନେକ ସହଭାଗୀଙ୍କ ସହ ଯୋଗାଯୋଗ କରିଛୁ।’’

ଆହୁରି ପଢ଼ନ୍ତୁ: ହରଦୀପ ସିଂହ ନିଜ୍ଜର ପରେ କାନାଡାରେ ଆଉ ଜଣେ ଖାଲିସ୍ତାନୀ ସମର୍ଥକ ହରପ୍ରିତ ସିଂହଙ୍କୁ ଅଜ୍ଞାତ ଆତତାୟୀଙ୍କ ହତ୍ୟା

କାନାଡା ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ‘‘ଭାରତ ଭିଏନା କନେଭସନର ଉଲ୍ଲଘଂନ କରିଛି। ନୂଆଦିଲ୍ଲୀ ୪୦ରୁ ଅଧିକ କୂଟନୀତିଜ୍ଞଙ୍କକୁ ଫେରାଇ ଦେଇଛି। ଏହା ଆମକୁ ବେଶ୍‌ ନିରାଶ କରିଛି। ଆମ ପାଖରେ ଏହି ହତ୍ୟାକୁ ବିଶ୍ବାସ କରିବା ପାଇଁ ଯଥେଷ୍ଟ କାରଣ ଅଛି ଯେ, ଭାରତ ସରକାରଙ୍କ ଏଜେଣ୍ଟ୍ସ ହତ୍ୟାରେ ସାମିଲ୍‌ ଥାଇପାରନ୍ତି। ଭାରତ ଭିଏନା କନଭେସନର ଉଲ୍ଲଘଂନ କରି କାନାଡା କୂଟନୀତିଜ୍ଞଙ୍କୁ ବାହାର କରିଦେଇଛି।’’ କିନ୍ତୁ ଆମେ ସବୁ ସ୍ଥିତିରେ ଭାରତ ସହ ସକାରାତ୍ମକ ଭାବରେ କାମ କରିବାକୁ ଚେଷ୍ଟା କରିଛୁ। ଆ​‌ମେ ଏଭଳି କରିବା ଜାରି ରଖିବୁ ଏବଂ ଏହାର ଅର୍ଥ ଭାରତ ସରକାରଙ୍କ କୂଟନୀତିଜ୍ଞ ସହ କାମ କରିବା ଜାରି ରଖିବୁ।’’

ଏହି ସମୟରେ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନଙ୍କ କଥା ମଧ୍ୟ ଉଠାଇଛନ୍ତି। ନିକଟରେ ଆଣ୍ଟେନି ବ୍ଲିଙ୍କନ କହିଥିଲେ ଯେ, କାନାଡା ହରଦୀପ ସିଂହ ନିଜ୍ଜରଙ୍କ ଉପରେ ଏହାର ଯାଞ୍ଚ ବଢ଼ାଇବାକୁ ଚାହୁଛି ଆଉ ଏଭଳି କରିବାରେ ଭାରତକୁ ସାହାଯ୍ୟର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଭାରତ ପରେ ଚୀନ ସହ କାନାଡାର ବଦମାସୀ ! ସମୁଦ୍ର ସୀମାରେ ହେଲିକପ୍ଟର ଉଡ଼ାଣକୁ ନେଇ ଡ୍ରାଗନ ଖପ୍ପା

ଆଉ ବ୍ଲିଙ୍କନଙ୍କ ଏହି ବୟାନକୁ ନେଇ ଟ୍ରୂଡୋ କହିଛନ୍ତି ‘ଭାରତୀୟ ଏଜେଣ୍ଟ୍ସଙ୍କ ଦ୍ବାରା କାନାଡା ନାଗରିକଙ୍କ ହତ୍ୟା ପରେ ଆମେ ଭାରତ ସହ ଯୋଗାଯୋଗ କରିଥିଲୁ। ଆମେ ତାଙ୍କୁ ଏହି ମାମଲାରେ ମୂଳ ପର୍ଯ୍ୟନ୍ତ ଆମ ସହ କାମ କରିବାକୁ କହିଛନ୍ତି।’’ କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି ‘ନିଜ୍ଜର ହତ୍ୟା ଫଳରେ ଅନ୍ତରାଷ୍ଟ୍ରୀୟ ଆଇନ ଏବଂ ଲୋକତନ୍ତ୍ରର ସାର୍ବଭୌମତ୍ବର ଉଲ୍ଲଘଂନ ହୋଇଛି। ଆମେ ଏହି ପ୍ରସଙ୍ଗରେ ଆମେରିକା ଭଳି ସହଯୋଗୀଙ୍କ ସହ ଯୋଗାଯୋଗ କରିଛୁ। ଏହା ଏକ ଏଭଳି ଜିନିଷ, ଯାହା ଆମକୁ ଖୁବ୍ ଗୁରୁତର ସହ ନେଉଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.