MTV ଭିଡିଓ ମ୍ୟୁଜିକ୍ ଆଓ୍ବାର୍ଡ ୨୦୨୧: ‘ଆର୍ଟିଷ୍ଟ ଅଫ ଦି ଇୟର’ ହେଲେ ଜଷ୍ଟିନ ବିବର, ଦେଖନ୍ତୁ ଅନ୍ୟ ବିଜେତାଙ୍କ ଲିଷ୍ଟ
13/09/2021 at 7:29 PM

ନୂଆଦିଲ୍ଲୀ ୧୩/୦୯: ବହୁ ଲୋକପ୍ରିୟ ସିଙ୍ଗର ଜଷ୍ଟିନ ବିବର ଏମଟିଭି ମ୍ୟୁଜିକ୍ ଭିଡିଓ ଆଓ୍ବାର୍ଡସ୍ରେ ଆର୍ଟିଷ୍ଟ ଅଫ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଦର୍ଶକଙ୍କୁ ଗୀତ ଗାଇ ଶୁଣାଇଛନ୍ତି ଜଷ୍ଟିନ। ଏହା ବ୍ୟତୀତ ସେ ବେଷ୍ଟ ପପ୍ ସଙ୍ଗ ଆଓ୍ବାର୍ଡ ମଧ୍ୟ ଜିଣିଛନ୍ତି। ଜଷ୍ଟିନ ନିଜ ଗୀତ ଗିଭ୍ ଅନ ଫର ପିଚ୍ ପାଇଁ ଏହି ପୁରସ୍କାର ପାଇଛନ୍ତି ।
ଗତ ୬ ବର୍ଷ ମଧ୍ୟରେ ଜଷ୍ଟିନଙ୍କ ଏହା ସବୁଠୁ ଭଲ ପ୍ରଦର୍ଶନ ଥିଲା। ଏହା ବ୍ୟତୀତ ସେ ଅନେକ ଆଓ୍ବାର୍ଡ ଦୌଡ଼ରେ ମଧ୍ୟ ସାମିଲ ଅଛନ୍ତି। ଜଷ୍ଟିନ ବିବର ଭିଡିଓ ଅଫ୍ ଦି ଇୟର ଫର ପପ୍ ଷ୍ଟାର ରେସ୍ରେ ଅଛନ୍ତି। ପୁରସ୍କାର ଜିଣିବା ପରେ ନିଜର ଫ୍ୟାନ୍ସ ଏବଂ ତାଙ୍କୁ ସପୋର୍ଟ କରୁଥିବା ନିଜ ପତ୍ନୀଙ୍କୁ ଜଷ୍ଟିନ୍ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ସେ କହିଛନ୍ତି, ଏବେ ବିଶ୍ବ କୋଭିଡ ମହାମାରୀ ପାଇଁ ବିପଦର ସାମ୍ନା କରୁଛି। କିନ୍ତୁ ଏହି ସମୟରେ ସଙ୍ଗୀତ ସମସ୍ତଙ୍କୁ ଯୋଡ଼ିବାରେ ସହାୟକ ହୋଇଛି।
ଅନ୍ୟପଟେ ଲୀ ନା ଚଳିତବର୍ଷ ଭିଡିଓ ଅଫ ଦି ଇୟର ଟାଇଟଲ୍ କବଜା କରିଛନ୍ତି। ବିଟିଏସ୍ ଗ୍ରୁପ୍ ଅଫ ଦି ଇୟର ଆଓ୍ବାର୍ଡ ନିଜ ନାଁରେ କରିଛି। l ସେହିଭଳି ନବାଗତ କଳାକାର ଏବଂ ସଙ୍ଗ ଅଫ ଦି ଇୟର ଟାଇଟଲ ହାତେଇଛନ୍ତି ଓଲିଭିଆ ରୋଡ୍ରିଗୋ। ଟ୍ରାଭିସ ସ୍କଟ ବେଷ୍ଟ ହିପହପ୍ ଏବଂ ଫୁ ଫାଇଟର୍ସ ଗ୍ଲୋବାଲ ଆଇକନ୍ ଆଓ୍ବାର୍ଡ କବଜା କରିଛନ୍ତି।