ଜଷ୍ଟିନ୍ ବିବର ଫ୍ୟାନ୍ସଙ୍କ ପାଇଁ ଖୁସି ଖବର : ଦିଲ୍ଳୀରେ ହେବ ଲାଇଭ୍ କନର୍ସଟ୍, ଏତିକି ଟଙ୍କାରେ ମିଳିବ ଟିକେଟ୍
25/05/2022 at 8:27 AM

ନୂଆଦିଲ୍ଲୀ ୨୫।୦୫ : ପପ୍ ମ୍ୟୁଜିକ୍ର ଫ୍ୟାନ୍ସ କି ? ତାହାଲେ ବର୍ତ୍ତମାନ ଆପଣଙ୍କ ପାଇଁ ବହୁତ ବଡ ଖୁସି ଖବର । ପପ୍ ଷ୍ଟାର୍ ସିଙ୍ଗର ଜଷ୍ଟିନ ବିବରଙ୍କୁ ଦେଖିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଜଷ୍ଟିନ ବିବର ଭାରତରେ ଲାଇଭ୍ ଶୋ’ କରିବାକୁ ଆସୁଛନ୍ତି। ୧୮ ଅକ୍ଟୋବରରେ, ଜଷ୍ଟିନ ବିବର ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏକ ଲାଇଭ୍ ଶୋ’ କରିବେ । ଏହି ଖବର ଶୁଣି ଜଷ୍ଟିନ ବିବରଙ୍କ ଫ୍ୟାନ୍ସମାନେ ବହୁତ ଖୁସି ଅଛନ୍ତି । ବର୍ତ୍ତମାନଠାରୁ କନର୍ସଟ ପାଇଁ ଅକ୍ଟୋବରକୁ ଅପେକ୍ଷା କରିବା ଆରମ୍ଭ କରିଛନ୍ତି ।
ଜଷ୍ଟିନ ବିବର ଅନଲାଇନ୍ ଟିକେଟ୍ ବୁକିଂ ବ୍ରାଣ୍ଡ ବୁକ୍ ମାଇ ଶୋ’ରେ ମଙ୍ଗଳବାର ଦିନ ଏହି କନସର୍ଟ ବିଷୟରେ ଘୋଷଣା କରିଛନ୍ତି । ଜଷ୍ଟିନ ବିବର ତାଙ୍କ ୱାର୍ଲ୍ଡ ଟୁର ଚଳିତ ମାସରୁ ଆରମ୍ଭ କରୁଛନ୍ତି। ପ୍ରଥମେ ସେ ମେକ୍ସିକୋରୁ ଆରମ୍ଭ ହେଉଛି । ଅକ୍ଟୋବରରେ ଦିଲ୍ଲୀରେ କନ୍ସର୍ଟ ପୂର୍ବରୁ ଜଷ୍ଟିନ ବିବର ଦକ୍ଷିଣ ଆମେରିକା ଏବଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଲାଇଭ୍ ଶୋ’ କରିବେ।
ମେ ୨୦୨୨ ରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଏହା ଚାଲିବ । ପ୍ରାୟତଃ ୩୦ଟି ଦେଶରେ ଲାଇଭ୍ ଶୋ’ କରିବେ। ଦିଲ୍ଲୀରେ ଜଷ୍ଟିନ ବିବରଙ୍କ କନର୍ସଟ୍ ଦେଖିବାକୁ ପ୍ରଶଂସକମାନେ ବୁକ୍ ମାଇ ଶୋ ମାଧ୍ୟମରେ ଟିକେଟ ବୁକ୍ କରିପାରିବେ। ଜୁନ୍ ୨ ରୁ ଟିକେଟ୍ ୱିଣ୍ଡୋ ଖୋଲାଯିବ । ଯାହା ଫଳରେ ଆପଣ ସହଜରେ ଟିକେଟ୍ ବୁକ୍ କରିପାରିବେ। ସବୁଠାରୁ ବଡ କଥା ଟିକେଟ୍ର ମୂଲ୍ୟ ବିଷୟରେ କହିବାକୁ ଗଲେ ଏହା ଚାରି ହଜାର ଟଙ୍କାରୁ ଆରମ୍ଭ ହୋଇ ୩୭ ହଜାର ୫୦୦ ପର୍ଯ୍ୟନ୍ତ ରହିବ ।