ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ତଳପାତ୍ର, ଶପଥ ପାଠ କରାଇଲେ ରାଜ୍ୟପାଳ

Published By : Prameya-News7 Bureau | August 08, 2023 IST

କଟକ ୦୮/୦୮: ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଶୁଭାଶିଷ ତଳପାତ୍ର । ସକାଳ ୧୦ ଟାରେ ଜଷ୍ଟିସ ତାଳପତ୍ରଙ୍କର ଶପଥ ଗ୍ରହଣ ଉତ୍ସବ ପାଳିତ ହୋଇଥିଲା । ସେଥିଲାଗି ଆଜି ହାଇକୋର୍ଟ ପରିସରରେ ବିଶେଷ ଆୟୋଜନ ହୋଇଥିଲା । ଓଡିଶା ହାଇକୋର୍ଟର ୩୩ ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ତାଳପତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି ।

୧୯୬୧ ମସିହା ଅକ୍ଟୋବର ୪ ତାରିଖରେ ଜଷ୍ଟିସ ତଳପାତ୍ର ତ୍ରୀପୁରା ରାଜ୍ୟର ଉଦୟପୁର ଠାରେ ଜନ୍ମ ଗ୍ରହଣ କରିଥିଲେ । କାଲକାଟାରୁ ବାରଆକ୍ଟ ଲ ଡିଗ୍ରୀ ହାସଲ କରିବାପରେ ସେ ୧୯୯୦ ମସିହାରେ ଓକିଲାତି ପେଶାରେ ଯୋଗ ଦେଇଥିଲେ , ଉତ୍ତରପୂର୍ବ ରାଜ୍ୟ ଯଥାକ୍ରମେ ଆସାମ, ଅରୁଣାଚଳପ୍ରଦେଶ, ତ୍ରୀପୁରା , ମେଘାଳୟ, ମଣିପୁର ଏବଂ ମିଜୋରାମ ଆଦି ରାଜ୍ୟରେ ସେ ଜଣେ ଦକ୍ଷ ଆଇନଜୀବୀ ଭାବେ ଖୁବ ପରିଚିତ ଥିଲେ । ୨୦୦୪ ମସିହାରେ ତାଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ମାନ୍ୟତା ମିଳିଥିଲା ।

୨୦୧୧ ମସିହାରେ ଜଷ୍ଟିସ ତଳପାତ୍ର ତ୍ରୀପୁରା ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୧୩ ମସିହାରେ ଗୁଆହାଟି ହାଇକୋର୍ଟରେ ସେ ସ୍ଥାୟୀ ବଚାରପତି ଭାବେ ନିଯୁକ୍ତ ହେଲେ ପରବର୍ତ୍ତୀ କାଳରେ ୨ ଦୁଇ ଥର ସେ ତ୍ରୀପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

୨୦୧୮ ମସିହାରେ ୟୁନେସ୍କୋ ଦ୍ବାରା ଆୟଜିତ ୱାର୍ଲ୍ଡ କଂଗ୍ରେସ ଅନ୍ ଜଷ୍ଟେସ ଫର ଚିଲଡ୍ରେନ । ଏବଂ ୱାସିଂଟନ ଡିସି ଓ କାର୍ଲିଫର୍ନିଆ ଠାରେ ଆତଙ୍କବାଦକୁ ନେଇ ଆଯୋଜିତ ହୋଇଥିବା ଅନ୍ତର୍ଜାତୀୟ ସେମିନାରରେ ମଧ୍ୟ ଦେଶକୁ ପ୍ରତିନିଧିତ୍ବ କରିଛନ୍ତି ଜଷ୍ଟିସ ତାଳପତ୍ର । ତ୍ରୀପୁରା ରାଜ୍ୟ ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ , ଜୁଭଏନାଇଲ ଜଷ୍ଟିସ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ସେ ବେଶ୍ ଦକ୍ଷତାର ସହ କାର୍ଯ୍ୟ ତୂଲାଇଛନ୍ତି ।

ଏହା ବ୍ୟତିତ କ୍ରୀଷ୍ଣା ନଦୀ ଜଳବିବାଦ ଟ୍ରିବ୍ୟୁନାଲର ସଦସ୍ୟ ଭାବେ ମଧ୍ୟ ସେ ନିଜର ଦକ୍ଷତା ପ୍ରତିପାଦନ କରିସାରିଛନ୍ତି । ୨୦୨୨ ମସିହା ଜୁନ ମାସ ୧୦ ତାରିଖ ଦିନ ସେ ଓଡିଶା ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ ଯୋଗ ଦେଇଥିଲେ । ସୋମବାର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ଏସ ମୁରଲିଧର ଅବସର ନେବାପରେ ମଙ୍ଗଳବାରଠାରୁ ଜଷ୍ଟିସ ଶୁଭାଶିଷ ତଳପାତ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ତୁଲାଇବେ ।

you can also read...

wp:embed {"url":"https://www.prameyanews7.com/new-chief-justice-to-be-sworn-in-tuesday/","type":"wp-embed","providerNameSlug":"prameya-news-7"}
https://www.prameyanews7.com/new-chief-justice-to-be-sworn-in-tuesday/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.