ସୁପ୍ରିମକୋର୍ଟ କଲିଜିୟମ ସୁପାରିସ, ଜଷ୍ଟିସ ଶୁଭାଶିଷ ତାଳପାତ୍ର ହେବେ ହାଇକୋର୍ଟର ମୁଖ୍ୟ ବିଚାରପତି

Published By : Prameya-News7 Bureau | July 06, 2023 IST

କଟକ ୦୬/୦୭: ଜଷ୍ଟିସ ଶୁଭାଶିଷ ତାଳପାତ୍ର ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ ଶୁଭାଶିଷ ତାଳପାତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲିଜିୟମ ସୁପାରିସ କରିଛନ୍ତି । ଜୁନ ୧୦, ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଛନ୍ତି ।

ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧, ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ ।

୨୦୧୩, ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୮, ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯, ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

you can also read..

wp:embed {"url":"https://www.prameyanews7.com/complainant-cannot-be-undergo-any-test-said-delhi-high-court/","type":"wp-embed","providerNameSlug":"prameya-news-7"}
https://www.prameyanews7.com/complainant-cannot-be-undergo-any-test-said-delhi-high-court/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.