ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି, ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଆଇନ ମନ୍ତ୍ରୀ
18/02/2023 at 8:28 AM

ଝାଡଖଣ୍ଡ ୧୮।୦୨: ଝାଡ଼ଖଣ୍ଡ ହାଇକୋର୍ଟରେ ମୁଖ୍ୟ ବିଚାରପତି ହେଲେ ଓଡ଼ିଆ ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏ ନେଇ ଟ୍ୱିଟ କରିଛନ୍ତି । ଏଥିସହିତ ଜଷ୍ଟିସ ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗତ ଡିସେମ୍ବର ୧୩ ତାରିଖରେ ପ୍ରଧାନ ବିଚାରପତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କ ନାମକୁ ସୁପାରିଶ କରିଥିଲେ ।
Justice Sanjaya Kumar Mishra, Judge in Uttarakhand High Court & ( PHC: Orissa) has been appointed as Chief Justice of Jharkhand High Court.
— Kiren Rijiju (@KirenRijiju) February 17, 2023
I extend my best wishes to him !
ଜଷ୍ଟିସ ମିଶ୍ର ଓଡିଶା ହାଇକୋର୍ଟର ମୂଳ ବିଚାରପତି ହୋଇଥିବା ବେଳେ ଏବେ ସେ ଉତ୍ତରାଖଣ୍ଡ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ୧୯୬୧ ମସିହା ଡିସେମ୍ବର ୨୯ ରେ ବଲାଙ୍ଗୀରରେ ଜନ୍ମିତ ଜଷ୍ଟିସ ମିଶ୍ର ୧୯୯୯ ମସିହାରେ ଅତିରିକ୍ତ ଜିଲ୍ଲା ଜଜ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୦୯ ଅକ୍ଟୋବର ୭ ତାରିଖରେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଯୋଗ ଦେଇଥିଲେ । ୨୦୨୧ ଅକ୍ଟୋବର ୧୧ ରେ ଜଷ୍ଟିସ ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି କରାଯାଇ ଥିଲା ।