ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଏସ ମୁରଲୀଧର

Published By : Prameya-News7 Bureau | December 15, 2020 IST

କଟକ ୧୫।୧୨:  ଜଷ୍ଟିସ ଏସ ମୁରଲୀଧର ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ମୁରଲୀଧରଙ୍କ ନାଁ ସୁପାରିଶ କରିଛି । ସେ ବର୍ତ୍ତମାନର ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କ ସ୍ଥାନ ନେବେ।  ତେବେ ଜଷ୍ଟିସ୍ ମୁରଲୀଧର ବର୍ତ୍ତମାନ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଅଛନ୍ତି । ସେ ୨୦୨୦ ମାର୍ଚ୍ଚ ୬ରେ  ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଦାୟିତ୍ଵ ଗ୍ରହଣ କରିଥିଲେ। ୨୦୦୬ ମାର୍ଚ୍ଚ ୬ରେ ରାଷ୍ଟ୍ରପତିଙ୍କ ଦ୍ଵାରା ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.