ଶପଥ ନେଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇ

Published By : Prameya-News7 Bureau | October 03, 2018 IST

ଦିଲ୍ଲୀ ୩/୧୦ : ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ରଞ୍ଜନ ଗୋଗେଇ । ଭାରତର ୪୬ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ରଞ୍ଜନ ଗୋଗେଇ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ରଞ୍ଜନ ଗୋଗେଇଙ୍କୁ ପ୍ରଧାନ ବିଚାରପତି ଭାବେ ଶପଥ ପାଠ କରାଇଛନ୍ତି । ସେ ଆସାମର ପ୍ରଥମ ବିଚାରପତି ଯିଏକି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିୟୋଜିତ । ଜଷ୍ଟିସ ଦୀପକ ମିଶ୍ର ଗତକାଲି ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କରିଛନ୍ତି । ଗତ ୧୩ ତାରଖରେ ରାଷ୍ଟ୍ରପତି, ଜଷ୍ଟିସ ଗୋଗେଇଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ।୧୯୫୪ ମସିହା ୧୮ ନଭେମ୍ବରରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଗୋଗେଇ ୧୯୭୮ରେ ଆଇନଜୀବୀ ଆରମ୍ଭ କରିଥିଲେ । ଗୌହ୍ବାଟୀ ହାଇକୋର୍ଟରୁ ସେ ଓକିଲାତି ଆରମ୍ଭ କରିଥିଲେ। ୨୦୦୧ ମସିହା ଫେବୃଆରୀ ୨୮ ତାରିଖରେ ସେ ଗୌହ୍ବାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୦ ମସିହା ୦୯ ସେପ୍ଟେମ୍ବରରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲେ। ପରେ ୨୦୧୧ ମସିହା ୧୨ ଫେବୃଆରୀରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ସେହିପରି ୨୦୧୨ ମସିହା ଅପ୍ରେଲ ୨୩ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.