ଆଜି ଶପଥ ନେବେ ଜଷ୍ଟିସ ମହମ୍ମଦ ରଫିକ୍ ,ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନେବେ ଶପଥ

Published By : Prameya-News7 Bureau | April 27, 2020 IST

ଭୁବନେଶ୍ୱର ୨୭।୦୪ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଶପଥ ଗ୍ରହଣ କରିବେ । ମେଘାଳୟ ହାଇକୋର୍ଟର କାର୍ଯ୍ୟରତ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍‌ ରଫିକ୍‌ଙ୍କ ବଦଳିକୁ ସୁପ୍ରିମ୍‌କୋର୍ଟର କଲେଜିୟମ୍‌ ଗତ ୧୮ ତାରିଖରେ ଅନୁମୋଦନ କରିଥିଲେ । ତିନି ଦିନ ତଳେ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିବା ପରେ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଥିଲା ।

ରବିବାର ଦିନ ଜଷ୍ଟିସ୍‌ ରଫିକ୍‌ ଓଡ଼ିଶାରେ ପହଞ୍ଚିଥିବା ବେଳେ ସୋମବାର ଶପଥ ଗ୍ରହଣ କରିବେ ବୋଲି ଓଡିଶା ହାଇକୋର୍ଟ ରେଜିଷ୍ଟ୍ରିରୁ ସୂଚନା ମିଳିଛି । ଜଷ୍ଟିସ୍‌ କେ.ଏସ୍‌. ଜାଭେରୀଙ୍କ ଅବସର ପରଠାରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବି ଖାଲି ପଡିଛି ଓ ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱରେ ଅଛନ୍ତି ।

ନବନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଫିକ୍‌ ରାଜସ୍ଥାନର ଚୁରୁ ଜିଲ୍ଲାର ସୁଜନଗଡ଼ଠାରେ ୧୯୬୦ ମେ’ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୬ ମେ’ ୧୫ ତାରିଖରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ରାଜସ୍ଥାନ ହାଇକୋର୍ଟରେ ସେ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱରେ ମଧ୍ୟ ରହିଥିଲେ । ଏହାପରେ ୨୦୧୯ ନଭେମ୍ବର ୧୩ ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କୁ ନିଯୁକ୍ତିି ମିଳିଥିଲା । ଜଷ୍ଟିସ୍‌ ରଫିକ୍‌ଙ୍କ ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୫ରେ ପହଞ୍ଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.