ଅଭିଜିତ ଆୟାର ଜେଲରୁ ମୁକୁଳିବା ପରେ ଜଷ୍ଟିସ କାଟଜୁ ଓଡିଶାକୁ କରିଛନ୍ତି ତାତ୍ସଲ୍ୟ: ‘କହିଛନ୍ତି ମୁଁ ବି ଦେଇଥିଲି ଅରୁଚିକର ମନ୍ତବ୍ୟ, ମତେ କେବେ ଜେଲରେ ଭର୍ତ୍ତି କରିବ?’

Published By : Prameya-News7 Bureau | December 08, 2018 IST

ଭୁବନେଶ୍ବର ୭|୧୨: ପଶ୍ଚିମବଙ୍ଗ ସରକାର ବାରମ୍ବାର ଓଡ଼ିଶା ଏବଂ ଓଡ଼ିଆଙ୍କ ଅସ୍ମିତାକୁ ଆଘାତ ଦେଉଛନ୍ତି ତଥାପି ଓଡ଼ିଶା ସରକାର ଚୁପ୍‌ ଅଛନ୍ତି । ଠିକ୍‌ ସେମିତି ଓଡ଼ିଆଙ୍କ ଭାବାବେଗ ଓ ଓଡ଼ିଆ ଜାତିକୁ ନେଇ ଉପହାସ କରୁଥିବାଅବସରପ୍ରାପ୍ତ ବିଚାରପତି ମାର୍କଣ୍ଡେୟ କାଟଜୁ ବାରମ୍ବାର କଟୁ ମନ୍ତବ୍ୟ ଦେଉଥିବା ସତ୍ବେ ନିଦା ବିଷ୍ଣୁ ପାଲଟିଛନ୍ତି ଓଡ଼ିଶା ସରକାର । ଯାହାର ସୁଯୋଗ ନେଇ କାଟଜୁଙ୍କ ପୁଣି ଥରେ ଟ୍ବିଟ୍‌କରି ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଚାଲେଂଜ୍‌ କରିଛନ୍ତି ।

ଓଡ଼ିଆ, ଓଡ଼ିଶାବାସୀଙ୍କ କଳା ସଂସ୍କୃତି ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ଅଭିଜିତ୍‌ ଆୟାର ମିତ୍ର ପ୍ରାୟ ୪୩ କାଳ ଜେଲରେ ରହି ଏବେ ଏବେ ମୁକୁଳିଛନ୍ତି । ଆଉ ଜେଲରୁ ବାହାରିବା ପରେ ଅଭିଜିତ୍‌ ଏମିତି କିଛି ଟ୍ବିଟ୍‌ କରିଥିଲେ।

‘‘ ମୁଁ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ମୋ ଇଂରାଜୀ ଶିକ୍ଷୟତ୍ରୀ ମୋତେ କହିଥିଲେ, ତୁମର ଜୋକ୍ସଗୁଡ଼ାକ ତୁମର ସିରିୟସ କଥା ତୁଳନାରେ ଅଧିକ ଡର ଲାଗେ’’ । ଆଜି ବୁଝିପାରୁଛି କ’ଣ କହିଥିଲେ ।’’

{"id":62137}

ଅର୍ଥାତ୍‌ ବ୍ୟଙ୍ଗକଲେ ବି ଭାବିଚିନ୍ତି କରିବା ଦରକାର ସେକଥାକୁ ବୁଝି ଯାଇଛନ୍ତି ଅଭିଜିତ୍‌ ଆୟାର୍‌ । ୪୩ଦିନର ଜେଲହାଓ୍ବା ତାଙ୍କୁ ଏସବୁ କିଛି ବୁଝାଇଦେଇଛି । ହେଲେ ତାଙ୍କଠୁ କିଛି ବି ଶିଖି ପାରିନାହାନ୍ତି ଅବସରପ୍ରାପ୍ତ ବିଚାରପତି ମାର୍କଣ୍ଡେୟ କାଟଜୁ । 

ଦୁଇବର୍ଷ ତଳେ ଓଡ଼ିଆଙ୍କ ଭାବାବେଗକୁ ସେ କିଭଳି ଆଘାତ ଦେଇଥିଲେ, ଓଡ଼ିଆ ଜାତିକୁ ନେଇ ସେ ଯେଉଁ ଉପହାସ କରିଥିଲେ, ସେଥିପାଇଁ ତାଙ୍କୁ କେବେ ଜେଲ ଯିବାକୁ ହେବ ବୋଲି ପଚାରିଛନ୍ତି କାଟଜୁ । ଏବେ ଏକ ଫ୍ରେସ୍‌ ଟ୍ବିଟ୍‌କରି କାଟଜୁ ପଚାରିଛନ୍ତି, କେବେ ମୋତେ ଜେଲ ହାଜତରେ ଭର୍ତ୍ତି କରିବ ?  ମାନେ ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଚାଲେଂଜ କରିଛନ୍ତି ଏହି ଅବସରପ୍ରାପ୍ତ ବିଚାରପତି ।

କାଟଜୁଙ୍କ ଏହି ମନ୍ତବ୍ୟକୁ ବହୁ ଓଡ଼ିଆ ନାପସନ୍ଦ କରିବା ସହ ସମାଲୋଚନା ବି କରିଛନ୍ତି । ସରକାରଙ୍କୁ ଖୋଲା ଚାଲେଂଜ ଦେଇଥିବାରୁ କାଟଜୁଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ଅଭିଜିତ୍‌ ଆୟାର ହୁଅନ୍ତୁ କି ମାର୍କଣ୍ଡେୟ କାଟଜୁ, ଯେ କେହି ବି ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ଯେ କେହିବି ଏଭଳି ଅରୁଚିକର ମନ୍ତବ୍ୟ ଦେଉଛନ୍ତି ତାଙ୍କୁ ଉଚିତ୍‌ ଜବାବ୍‌ ଦେବାକୁ ପଡ଼ିବ । ଅଭିଜିତ୍‌ଙ୍କ ଭଳି କାଟଜୁଙ୍କୁ ମଧ୍ୟ ଆଇନ୍‌ର କାଠଗଡ଼ାକୁ ଟଣାଯିବା ଦରକାର । ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ଏଭଳି ଅସମ୍ମାନକୁ କଦାପି ବରଦାସ୍ତ କରାଯାଇପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.