ଶରୀରର ଏହି ଭାଗରେ ଦିଅନ୍ତୁ ମାତ୍ର ୬୦ ସେକେଣ୍ଡ ଚାପ , ଦୂର ହୋଇଯିବ ସ୍ବାସ୍ଥ୍ୟଗତ ସମସ୍ୟା

Published By : Prameya-News7 Bureau | May 24, 2019 IST

ମାତ୍ର ୬୦ ସେକେଣ୍ଡ ଆପଣଙ୍କ ଅନେକ ସମସ୍ୟା ଦୂର କରିପାରେ।   ହୁଏତ ଆପଣ ବିଶ୍ବାସ କରି ନ ପାରନ୍ତି, କିନ୍ତୁ ଅନ୍ତତଃ ଥରେ ପରଖି ପାରନ୍ତି। ଆମ ଶରୀର ନିଜେ ନିଜର ସମସ୍ୟା ସମାଧାନ କରିବାର କ୍ଷମତା ରଖିଛି । ବାସ୍ ଆମେ ଥରଟିଏ ତାକୁ ସମସ୍ୟା ଜଣାଇଦେବା ଦରକାର। ଆପେ ଆପେ ଠିକ ହେବାକୁ ଲାଗିବ ଯନ୍ତ୍ରଣା ,ଆଉ ଆପଣ ବି  ଅନୁଭବ କରିବେ ପରିବର୍ତ୍ତନ। ଯେଉଁ ଯନ୍ତ୍ରଣା ପାଇଁ ଆପଣ ପେନ କିଲର ନେଉଥିଲେ ତାହା ଚୁଟକିରେ ସମାପ୍ତ ହୋଇଯିବ।

{"id":115423}

ଶରୀରର ଏମିତି କିଛି ସ୍ଥାନ ରହିଛି ଯେଉଁଠି ସାମାନ୍ୟ ସ୍ପର୍ଷ କଲେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୁଏ। ଯେପରି ମୁଣ୍ଡ ବିନ୍ଧା ହେଉଥିଲେ ନାକର ଠିକ ଉପରକୁ ଦୁଇ ଆଖିର କେନ୍ଦ୍ର ସ୍ଥଳରେ ସାମାନ୍ୟ ସ୍ପର୍ଷ ଦିଅନ୍ତୁ । ସେହି ଠାରେ ଆଙ୍ଗୁଠିର ଟିପକୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ଦେଖିବେ ପରିବର୍ତ୍ତନ। କିଛି ସମୟ ମଧ୍ୟରେ ମୁଣ୍ଡ ବିନ୍ଧା କମିବାକୁ ଲାଗିବ ପରେ ସମ୍ପୂର୍ଣ୍ଣ ଭଲ ହୋଇଯିବ।

{"id":115424,"width":575,"height":448}

ସେହିଭଳି ମୁଣ୍ଡ ବୁଲାଇ ହେଉଥିଲେ ଛବିରେ ଦେଖୁଥିବା ସ୍ଥାନରେ ସାମାନ୍ୟ ଚାପ ଦେଇ ଦେଖନ୍ତୁ ୬୦ ସେକେଣ୍ଡ ଅର୍ଥାତ ୧ ମିନଟ୍ ପରେ ଆପଣ କଣ ପରିବର୍ତ୍ତନ ଅନୁଭ କରୁଛନ୍ତି। ତେବେ ଚାପଯେପରି ତୀବ୍ର ନ ହୁଏ ତାହା ନିଶ୍ଟିତ କରନ୍ତୁ। ନଚେତ ଗୋଟିଏ ସମସ୍ୟା ସମାଧାନ ହେବା ବଦଳେ ନୂଆ ସ୍ବାସ୍ଥ୍ୟଗତ ସମସ୍ୟାଟିଏ ସୃଷ୍ଟି ହୋଇପାରେ। କାରଣ ଶରୀର ଏହି ସ୍ଥାନରେ ହର୍ମୋନାଲ ସିଷ୍ଟମର ସନ୍ତୁଳନ ରହିଛି । ଅତ୍ୟାଧିକ ଚାପ ଦ୍ବାର ଏହା ଅସନ୍ତୁଳିତ ହେବାର ମଧ୍ୟ ଅନେକ ସମ୍ଭାବନା ଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.