ଭୁବନେଶ୍ୱର ୨୦/୧୨ : ସୌର ମଣ୍ଡଳ ଏକ ବଡ ଧରଣର ଜ୍ୟୋତିର୍ବିଜ୍ଞାନ ଘଟଣା ଦେଖିବାକୁ ମିଳିବ। ଦୁଇଟି ବଡ ଗ୍ରହ ବୃହସ୍ପତି ଓ ଶନି ପରସ୍ପରର ନିକଟତତା ହେବେ। ଏହି ଦୁଇ ଗ୍ରହ ଏହା ପୂର୍ବରୁ ୧୭ ତମ ଶତାବ୍ଦୀରେ ନିକଟତର ଆସିଥିଲେ। ଗାଲିଲିଓଙ୍କ ଜୀବନକାଳରେ ଏହିଭଳି ଘଟଣା ଘଟିଥିଲା। ମହାକାଶ ବୈଜ୍ଞାନିକଙ୍କ କହିବାନୁଯାୟୀ, ସୌର ମଣ୍ଡଳରେ ଦୁଇଟି ବଡ ଗ୍ରହ ନିକଟତର ହେବା ଦୁର୍ଲଭ ଘଟଣା ନୁହେଁ। ବୃହସ୍ପତି ପ୍ରତି ୨୦ ବର୍ଷରେ ଶନି ଗ୍ରହ ନିକଟରୁ ଗତି କରିଥାଏ। କିନ୍ତୁ ଅତି ନିକଟତର ହେବା ବିଶେଷ କଥା।
{"id":380130,"sizeSlug":"large","linkDestination":"none"}ବୈଜ୍ଞାନିକ କହିଛନ୍ତି, ଦୁଇ ଗ୍ରହ ମଧ୍ୟରେ କେବଳ ୦.୧ ଡିଗ୍ରୀ ଦୂରତା ରହିବ। ଯଦି ପାଣିପାଗ ଅନୁକୂଳ ରହେ ତାହେଲେ ସୂର୍ଯ୍ୟାସ୍ତ ପରେ ଏହା ଦୃଶ୍ୟମାନ ହୋଇପାରିବ। ଡିସେମ୍ବର ୨୧ ତାରିଖରେ ଦୁଇ ଗ୍ରହ ପରସ୍ପରର ନିକଟତର ହେବେ।
{"id":380126,"width":563,"height":293,"sizeSlug":"large","linkDestination":"none"}ଏହାକୁ ବର୍ଷର ସବୁଠାରୁ ଛୋଟ ଦିନ ବୋଲି କୁହାଯାଏ। ୱାଂଦରବିଲ୍ଟ ବିଶ୍ୱବିଦ୍ୟାଳୟ ରେ ଜ୍ୟୋତିର୍ବିଜ୍ଞାନ ଶାସ୍ତ୍ର ପ୍ରଫେସର ଡେଭିଡ୍ ୱେନଟ୍ରବ କହିଛନ୍ତି ଯେ, ଏହି ଘଟଣା ଜଣେ ସାଧାରଣ ବ୍ୟକ୍ତିଙ୍କ ଜୀବନକାଳ ମଧ୍ୟରେ ଥରେ ହିଁ ଆସେ।
ଏହା ପୂର୍ବରୁ ୧୬୨୩ ମସିହା ଜୁଲାଇରେ ଦୁଇ ଗ୍ରହ ପରସ୍ପରର ନିକଟତର ଆସିଥିଲେ। କିନ୍ତୁ ସୂର୍ଯ୍ୟଙ୍କ ନିକଟତର ହୋଇଥିବା ଯୋଗୁଁ ତାଙ୍କୁ ଦେଖିବା ଅସମ୍ଭବ ଥିଲା। ତା' ପୂର୍ବରୁ ୧୨୨୬ ମାର୍ଚ୍ଚ ମାସରେ ଦୁଇ ଗ୍ରହ ନିକଟତର ଆସିଥିଲେ। ଏହାପରେ ପ୍ରଥମଥର ପାଇଁ ଏହି ଦୃଶ୍ୟମାନ ହୋଇପାରିବ।