ଷ୍ଟେଜ୍-4 କର୍କଟ ରୋଗରେ ପୀଡିତ ଭେଟେରାନ୍‌ ଅଭିନେତା ଜୁନିଅର ମେହମୁଦ, ଭେଟିଲେ ବଲିଉଡ୍‌ କଳାକାର

Published By : Prameya-News7 Bureau | December 04, 2023 IST

ନୂଆଦିଲ୍ଲୀ: କର୍କଟ ରୋଗରେ ପୀଡିତ ଭେଟେରାନ୍‌ ଅଭିନେତା ଜୁନିଅର ମେହମୁଦ୍। ସେ ଷ୍ଟେଜ୍-4 କର୍କଟ ରୋଗରେ ପୀଡିତ ବୋଲି ନିକଟରେ ଅଭିନେତାଙ୍କ ଘନିଷ୍ଠ ବନ୍ଧୁ ନ୍ୟୁଜ୍ ଏଜେନ୍ସି ANIକୁ କହିଛନ୍ତି। ଅଭିନେତା ଜନି ଲିବର ନିକଟରେ ତାଙ୍କ ବାସଭବନରେ ଜୁନିଅର ମେହମୁଦଙ୍କୁ ଭେଟିଥିଲେ ଯେଉଁଠାରେ ସେ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି। ନଭେମ୍ବରରେ ମେହହମୁଦ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଣିଥିଲେ ସେବେଠାରୁ ସେ ଚିକିତ୍ସିତ ହେଉଛନ୍ତି।

ଜୁନିଅର ମେହମୁଦଙ୍କ ବନ୍ଧୁ ସଲାମ କାଜୀ ANIକୁ କହିଛନ୍ତି ଯେ ସେ ଦୁଇମାସ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କର ସାମାନ୍ୟ ଅସୁବିଧା ବୋଇଥିବା ବୋଲି ଆମେ ଭାବୁଥିଲୁ କିନ୍ତୁ ହଠାତ୍ ତାଙ୍କର ଓଜନ ହ୍ରାସ ହେବାକୁ ଲାଗିଲା। ଡାକ୍ତରୀ ରିପୋର୍ଟ ଆସିବା ପରେ ସେ ଯକୃତ ଏବଂ ଫୁସଫୁସ କର୍କଟ ରୋଗ ହୋଇଥିବା ଜାଣିଥିଲେ। ଅନ୍ତନଳୀରେ ଟ୍ୟୁମର ଅଛି ଏବଂ ଜଣ୍ଡିସରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଏବେ ତାଙ୍କର ଚିକିତ୍ସା ଚାଲିଛି, କିନ୍ତୁ ଏହା ଷ୍ଟେଜ୍‌-୪ କର୍କଟ ବୋଲି ଡାକ୍ତରମାନେ କହିଛନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆକୁ ମଧ୍ୟ କାଜୀ କହିଛନ୍ତି ଯେ ଡାକ୍ତରଙ୍କ ଅନୁଯାୟୀ ଅଭିନେତାଙ୍କ ପାଖରେ ମାତ୍ର ୪୦ଦିନ ବଞ୍ଚିବାକୁ ଅଛି। ଏପରି ଦୁଃଖଦ ଖବର ଶୁଣିବା ପରେ ଜନି ଲିବର ମେହମୁଦଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ବାର୍ତ୍ତାଳାପର ଏକ ଭିଡିଓ ଭାଇରାଲ ହେଉଛି।  ଏକାଧାରରେ ସେ ଜଣେ ଶିଶୁ କଳାକାର, ହାସ୍ୟ ଅଭିନେତା ଏବଂ ଜଣେ ବହୁତ ଭଲ ନୃତ୍ୟଶିଳ୍ପୀ। ଅଭିନୟ ଦୁନିଆ ପ୍ରତି ତାଙ୍କର ଅନେକ ଅବଦାନ ରହିଛି।

ତାଙ୍କର କ୍ୟାରିଅରରେ ଜୁନିଅର ମେହମୁଦ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ଅନ୍ୟମାନଙ୍କ ମଧ୍ୟରେ କୃତି ପାଟାଙ୍ଗ, ବ୍ରହ୍ମଚାରି, ମେରା ନାମ ଜୋକର ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ବେଶ୍ ଜଣାଶୁଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.