scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍କଟ ରୋଗର ଶେଷ ପର୍ଯ୍ୟାୟରେ ଅଭିନେତା ଜୁନିୟର ମେହମୁଦ, ଡାକ୍ତର ଦେଇଛନ୍ତି ୪୦ ଦିନର ସମୟ

3/12/2023 at 11:09 AM

ମୁମ୍ଵାଇ ୦୩।୧୨: ବ୍ରହ୍ମଚାରି ଫେମ୍‌ ଅଭିନେତା ଜୁନିଅର ମେହମୁଦ । ବର୍ତ୍ତମାନ ସେ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ସେ କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ଅଛନ୍ତି। ଗତ ଦୁଇ ମାସ ଧରି ଅସୁସ୍ଥ ଥିଲେ। ହଠାତ୍ ତାଙ୍କର ଓଜନ ହ୍ରାସ ହେବାକୁ ଲାଗିଲା। ଯାହା ପରେ ତାଙ୍କର ପରୀକ୍ଷା କରାଯାଇଥିଲା ଏବଂ ନଭେମ୍ବରରେ ତାଙ୍କର କର୍କଟ ରୋଗ ଚିହ୍ନଟ ହୋଇଥିଲା । ଏନେଇ ଏହି ସୂଚନା ତାଙ୍କର ଘନିଷ୍ଠ ବନ୍ଧୁ ସଲାମ କାଜୀ ଦେଇଛନ୍ତି।

ସୂଚନା ଅନୁଯାୟୀ ସଲାମ କାଜି କହିଛନ୍ତି, ‘ସେ ୨ ମାସ ଅସୁସ୍ଥ ଥିଲେ ଏବଂ ପ୍ରଥମେ ଆମେ ଭାବୁଥିଲୁ ତାଙ୍କର ସମାନ୍ୟ କୌଣସି ଅସୁବିଧା ହୋଇଛି । ହେଲେ ହଠାତ୍ ତାଙ୍କ ଓଜନ ହ୍ରାସ ପାଇବାରେ ଲାଗିଲା । ଯେତେବେଳେ ଡାକ୍ତରୀ ରିପୋର୍ଟ ଆସିଲା ସେତେବେଳେ କୁହାଯାଇଥିଲା ଯେ କର୍କଟ ରୋଗ ହୋଇଛି। ଯକୃତ ଏବଂ ଫୁସଫୁସରେ କ୍ୟାନସର ହେବା ସହ ଜଣ୍ଡିସରେ ମଧ୍ୟ ପୀଡିତ । ଏବେ ତାଙ୍କର ଚିକିତ୍ସା ଚାଲିଛି, କିନ୍ତୁ ଏହା ଚତୁର୍ଥ ପର୍ଯ୍ୟାୟ କର୍କଟ ବୋଲି ଡାକ୍ତରମାନେ କହିଛନ୍ତି।

ଡାକ୍ତରମାନେ ଦେଇଛନ୍ତି ୪୦ ଦିନ ସମୟ

ସଲାମ କାଜୀ ଆହୁରି କହିଛନ୍ତି ଯେ ଜୁନିଅର ମେହମୁଦଙ୍କ ପୁରା ଶରୀରରେ କର୍କଟ ବ୍ୟାପି ସାରିଛି। ଡାକ୍ତରମାନେ ତାଙ୍କୁ ୪୦ ଦିନ ସମୟ ଦେଇଛନ୍ତି। ବର୍ତ୍ତମାନ ଅଭିନେତା ଘରେ ଚିକିତ୍ସିତ ହେଉଛନ୍ତି। ମେହମୁଦଙ୍କର ଜଣେ ଭଲ ବନ୍ଧୁ ଅଭିନେତା ଜନି ଲିଭର । ନିକଟରେ ଅଭିନେତାଙ୍କୁ ଭେଟି ତାଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ସୋସିଆଲ ମିଡିଆରେ ସେମାନଙ୍କ ସାକ୍ଷାତର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି।

   Related Posts