ହକି ବିଶ୍ୱକପ୍ ୨୦୨୩: ଝାରସୁଗୁଡ଼ାରେ ପହଞ୍ଚିଲେ ଭାରତ ଓ କୋରିଆର ହକି ଟିମ୍, ଜାନୁଆରୀ ୨୩ରୁ ଅଭ୍ୟାସ ମ୍ୟାଚ୍
21/12/2022 at 7:54 PM

ଝାରସୁଗୁଡ଼ା ୨୧/୧୨: ହକି ବିଶ୍ୱକପରେ ଯୋଗ ଦେବାକୁ ବୁଧବାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କୋରିଆ ସିନିୟର ଦଳ ଏବଂ ଇଣ୍ଡିଆ ଜୁନିଅର ଦଳ ପହଞ୍ଚିଛନ୍ତି l ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ବିଶ୍ୱକପକୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଛିl ଝାରସୁଗୁଡ଼ାରେ ଉଭୟ ଦଳର ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା। ପରେ କଡ଼ା ସୁରକ୍ଷା ବଳୟରେ ରାଉରକେଲା ନିଆଯାଇଛି l ରାଉରକେଲା ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଆସନ୍ତା
ଜାନୁଆରୀ ୨୩ରେ କୋରିଆ ଦଳ ଓଡ଼ିଶା ଦଳ ସହ ଅଭ୍ୟାସ ମ୍ୟାଚ ଖେଳିବl ସେହିପରି ଭାରତ ଜୁନିଅର ଦଳ ସହ ଜାନୁଆରୀ ୨୪,୨୬, ୨୭ ଦିନ ଅଭ୍ୟାସ ମେଚ ଖେଳିବ କୋରିଆ ଟିମ। ବୁଧବାର ଝାରସୁଗଡାରେ ଦୁଇ ଦଳର ୫୧ ଜଣ ଖେଳାଳି ପହଞ୍ଚିବା ପରେ ଆସନ୍ତାବର୍ଷ ହେବାକୁ ଥିବା ଜୁନିଅର୍ ହକି ବିଶ୍ୱକପ୍ ପୂର୍ବରୁ ଅଭ୍ୟାସ ମ୍ୟାଚ୍ ଭଲ ଅଭିଜ୍ଞତା ଆଣିଦେବ ବୋଲି କହିଥିଲେ ଭାରତୀୟ ହକି ଦଳର ଅଧିନାୟକ କହିଛନ୍ତି। ଆସନ୍ତା ଜାନୁୟାରୀ ୧୩ରେ ରାଉରକେଲାରେ ପ୍ରଥମ ମ୍ୟାଚ୍ ପୂର୍ବରୁ ହକି ପ୍ରେମୀଙ୍କୁ ଉତ୍ସାହିତ କରିବା ବୋଲି ଦଳର କୋଚ କହିଛନ୍ତି।