ଜୁନିୟର ହକି ବିଶ୍ବକପ : ଇଜିପ୍ଟକୁ ୦-୧୪ ଗୋଲରେ ହରାଇଲା ଆର୍ଜେଣ୍ଟିନା, କୋରିଆକୁ ୫-୧୨ ଗୋଲରେ ମାତ୍‌ ଦେଲା ନେଦରଲାଣ୍ଡ

Published By : Prameya-News7 Bureau | November 25, 2021 IST

ଭୁବନେଶ୍ବର ୨୫/୧୧ : ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଜାରି ରହିଥିବା ଜୁନିୟର ହକି ବିଶ୍ଵକପର ଦ୍ୱିତୀୟ ଦିନରେ ପ୍ରଥମ ମ୍ୟାଚରେ ବିଜୟ ଟୀକା ପିନ୍ଧିଛି ଆର୍ଜେଣ୍ଟିନା । ୧୪-୦ର ବଡ ଗୋଲ ବ୍ୟବଧାନରେ ଆର୍ଜେଣ୍ଟିନା,‌ ଇଜିପ୍ଟିକୁ ହରାଇଛି । ପ୍ରଥମ କ୍ୱାଟରରୁ ହିଁ ଲଗାତାର ଭାବରେ ଆଟାକିଙ୍ଗ୍ ଗେମ୍ ଖେଳି ଚାଲିଥିଲା ଆର୍ଜେଣ୍ଟିନା । ଇଜିପ୍ଟ ଗୋଟିଏ ବି ଗୋଲ କରିବାକୁ ସକ୍ଷମ ହୋଇନଥିଲା ।  ଦ୍ୱିତୀୟ ମ୍ୟାଚରେ ସାମ୍ନାସାମ୍ନୀ ହୋଇଥିଲେ ନେଦରଲାଣ୍ଡ ଏବଂ କୋରିଆ । ମାଇଲ୍ସ ବୁକେନ୍‌ଙ୍କ ଦମଦାର ପ୍ରଦର୍ଶନ ବଳରେ କୋରିଆକୁ ୫-୧୨ ଗୋଲରେ ହରାଇଛି ନେଦରଲାଣ୍ଡ । ବର୍ତ୍ତମାନ ସ୍ପେନ୍‌ ଏବଂ ଆମେରିକା ମଧ୍ୟରେ ଜାରି ରହିଛି ମୁକାବିଲା । ଶେଷ ମ୍ୟାଚରେ କାନାଡାକୁ ଟକ୍କର ଦେବ ଭାରତୀୟ ହକି ଟିମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.