ବିଶ୍ବକପ ଆଶା ଧୂଳିସାତ୍‌, ଜୁନିୟର ହକି ସେମିରେ ହାରିଲା ଭାରତ : ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ ଜର୍ମାନୀ

Published By : Prameya-News7 Bureau | December 03, 2021 IST

ଭୁବନେଶ୍ବର ୦୩/୧୨ : କଳିଙ୍ଗ ଷ୍ଟାଡିୟମରେ ଚାଲୁ ରହିଥିବା ଜୁନିୟର ହକି ବିଶ୍ବକପରେ ତାର ଅଭିଯାନ ଶେଷ କରିଛି ଭାରତୀୟ ଜୁନିୟର ହକି ଟିମ । ସେମିଫାଇନାଲରେ ଜର୍ମାନୀ ଠାରୁ ୨-୪ ଗୋଲରେ ହାରି ବିଶ୍ବକପ ଅଭିଯାନ ଶେଷ କରିଛି ଭାରତ । ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିବ ଜର୍ମାନୀ ।

ଶୁକ୍ରବାର ସନ୍ଧ୍ୟାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଦମଦାର ବିଜୟ ହାସଲ କରିଥିଲା ଆର୍ଜେଣ୍ଟିନା । ଫ୍ରାନ୍ସକୁ ସୁଟ୍‌ ଆଉଟ୍‌ରେ ୩-୧ ଗୋଲରେ ହରାଇ ଆର୍ଜେଣ୍ଟିନା ଫାଇନାଲରେ ପ୍ରବେଶ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.