ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ୩୦ ହଜାର ଟଙ୍କା ନେବାବେଳେ ଧରିଲା ଭିଜିଲାନ୍ସ
27/04/2023 at 11:45 AM

ଆଠଗଡ଼ ୨୭।୪: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । କଟକ ଜିଲ୍ଲା ବଡମ୍ବା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବାଉରୀ ବନ୍ଧୁ ପରିଡା ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସର ୧୦ ଜଣିଆ ଟିମ୍ ଚଢାଉ କରି ଗିରଫ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ବଡମ୍ବା ବ୍ଲକ୍ ଅନ୍ତର୍ଗତ ତୁଣପୁର ଗ୍ରାମର ଜଣେ ବ୍ୟକ୍ତିଙ୍କଠାରୁ କାର୍ଯ୍ୟର ବିଲ୍ କରାଇ ଦେବା ପାଇଁ ୩୦ହଜାର ଟଙ୍କା ଦାବି କରିଥିଲେ । ଏ ବିଷୟରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା । ଯୋଜନା ମୁତାବକ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ବଡମ୍ବା ବ୍ଲକ୍ ଏବଂ କଟକ ବାଲିକୁଦା ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି ।
Related Posts
ଲଘୁଚାପ ଜନିତ ଲଗାଣ ବର୍ଷା : ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ
25 September 2023
୨୪ଘଣ୍ଟା ନପୁରୁଣୁ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
25 September 2023
ନଦୀରେ ନାହିଁ ବ୍ରିଜ୍, ଖଟିଆରେ ବୁହା ହେଲେ ରୋଗୀ
25 September 2023