ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ଲାଞ୍ଚ ନେଉଥିବା ବେଳେ ଧରା ପଡିଗଲେ
1/10/2020 at 8:56 PM

ଭଦ୍ରକ, ୦୧ ।୧୦: ଭିଜିଲାନ୍ସ ଜାଲରେ ପଡିଲେ ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ । ଲେବର ଲାଇସେନ୍ସ ବାବଦକୁ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।
କନିଷ୍ଠ କିରାଣୀ ଙ୍କ ନାଁ ସୁଧାକର ବାରିକ ବୋଲି ସୂଚନା ମିଳିଛି । ଲେବର ଲାଇସେନ୍ସ ନଵୀକରଣ କରିବା ପାଇଁ ଭବାନୀ ସିକ୍ୟୁରିଟ ଏଜେନସି ଠାରୁ ୧୩ ହଜାର ଟଙ୍କା ଦାବି କରିଥିଲେ । ପରେ ମୁଲଚାଳ ହୋଇ ୯ ହଜାର ଟଙ୍କା ରେ କଥା ହୋଇଥିଲା । ଭବାନୀ ସିକ୍ୟୁରୀଟି ସଂସ୍ଥା ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ପୂର୍ବଯୋଜନା ମୁତାବକ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କିରାଣୀଙ୍କୁ ଭଦ୍ରକ ଭିଜିଲାନ୍ସ ଧରିଥିଲା ।
ଏହି ଲେବର ଲାଇସେନ୍ସ ନଵୀକରଣ କରାଇଦେବା ପାଇଁ ୧୩,୦୦୦ ଟଙ୍କା ଡିମାଣ୍ଡ କରିଥିବା ନେଇ ପ୍ରମାଣ ମଧ୍ୟ ଅଭିଯୋଗକାରୀ ଦେଇଥିଲେ । ତେଵେ ଏନେଇ ଭବାନୀ ସିକ୍ୟୁରିଟ ସର୍ଭିସର ମ୍ୟାନେଜିଂ ପାର୍ଟନର ଅକ୍ଷୟ ଦାସଙ୍କ ଠାରୁ ଏହି ଟଙ୍କା ମାଗିଥିଲେ । ଅକ୍ଷୟ ଭିଜିଲାନ୍ସ ଟିମର ସହାୟତା ଲୋଡିଥିଲେ । ଯୋଜନା କରି ଭିଜିଲାନ୍ସ ତାଙ୍କୁ ଆଜି ୯ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା।