ମହଙ୍ଗା ପଡିଲା ନିର୍ବାଚନୀ ରାଲିରେ ସାମିଲ ହେବା, ଚାକିରି ହରାଇଲେ ହାଇସ୍କୁଲର କନିଷ୍ଠ ସହାୟକ

Published By : Prameya-News7 Bureau | April 22, 2024 IST

ବୌଦ୍ଧ ୨୨/୦୪: ବୌଦ୍ଧ ଜିଲ୍ଲାରେ ନିର୍ବାଚନୀ ଛାଟରେ ପୁଣି ଜଣେ ସରକାରୀ କର୍ମଚାରୀ ନିଲମ୍ବିତ । ରାଜନୈତିକ ଶୋଭାଯାତ୍ରା ରେ ଯୋଗଦେଇ ଜୁନିଅର୍ ଆସିଷ୍ଟାଣ୍ଟ ନିଲମ୍ବିତ । ଲମ୍ବସରି ରାଧା ମାଧବ ହାଇସ୍କୁଲର କନିଷ୍ଠ ସହାୟକ ସତ୍ୟ ନାରାୟଣ ଦନ୍ତା । ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ନିଲମ୍ବିତ । ନିଲମ୍ବନ ଆଦେଶ ଦେଲେ ବୌଦ୍ଧ ନିର୍ବାଚନ ଅଧିକାରୀ ଜେ ସୋନାଲ । 

ସୂଚନା ଅନୁଯାୟୀ ଲମ୍ବସରି ରାଧା ମାଧବ ହାଇସ୍କୁଲର କନିଷ୍ଠ ସହାୟକ ସତ୍ୟ ନାରାୟଣ ଦନ୍ତା ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହୋଇଥିବା ନେଇ ଫୋଟ ଏବଂ ଭିଡିଓ ପ୍ରମାଣ ସହିତ ବିରୋଧୀ ଦଳ ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା । ତେବେ ଅଭିଯୋଗକୁ ଆଧାର କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । 

ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ କରି ରିପୋର୍ଟ ଦେବା ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ଉକ୍ତ ବିଦ୍ୟାଳୟର କନିଷ୍ଠ ସହାୟକ ସତ୍ୟ ନାରାୟଣ ଦନ୍ତାଙ୍କୁ ନିଲମ୍ବନ କରିଛନ୍ତି । ତେବେ ବୌଦ୍ଧ ଜିଲ୍ଲାରେ ବିଗତ ୧୦ ଦିନ ମଧ୍ୟରେ ଶିକ୍ଷା ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଶାଇ ସମୁଦାୟ ୪ ଜଣଙ୍କ ଉପରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜେ ସୋନାଲ ।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.