previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

କରୋନା ପ୍ରଭାବ: ଜୁନ ତ୍ରୈମାସରେ ଜିଡିପିର ଘଟିପାରେ ଐତିହାସିକ ହ୍ରାସ, ଆଉ କିଛି ସମୟ ପରେ ସାମ୍ନାକୁ ଆସିବ ତଥ୍ୟ

31/08/2020 at 5:08 PM

ନୂଆଦିଲ୍ଲୀ ୩୧।୦୮: କରୋନା ସଙ୍କଟ କାରଣରୁ ଜୁନ ତ୍ରୈମାସରେ ସକଳ ଘରୋଇ ଉତ୍ପାଦ(ଜିଡିପି)ର ଐତିହାସିକ ହ୍ରାସ ଘଟିବାର ଆଶଙ୍କା ରହିଛି। ଆଉ କିଛି ସମୟ ପରେ ଜିଡିପିର ତଥ୍ୟ ସରକାର ଜାରି କରିବେ। ପରିସଂଖ୍ୟାନ ଓ କାର୍ଯ୍ୟନ୍ଵୟନ ମନ୍ତ୍ରଣାଳୟ ଆର୍ଥିକ ବର୍ଷ ୨୦୨୦-୨୧ର ଏପ୍ରିଲରୁ ଜୁନ ତ୍ରୈମାସ ପାଇଁ ଜିଡିପିର ତଥ୍ୟ ଆଜି ସନ୍ଧ୍ୟାରେ ଜାରି କରିବେ। କିଛି ସମୟ ପୂର୍ବରୁ ଆସିଥିବା କୋର ସେକ୍ଟରର ତଥ୍ୟ ମଧ୍ୟ ନିରାଶଜନକ ରହିଛି। ଜୁଲାଇ ମାସରେ ଆଠ ଶିଳ୍ପର ଉତ୍ପାଦନରେ ୯.୬ ପ୍ରତିଶତ ହ୍ରାସ ଘଟିଛି।

ଉଲ୍ଲେଖଯୋଗ୍ୟ ଏହି ତ୍ରୈମାସରେ ଦୁଇ ମାସ ଏପ୍ରିଲ ଓ ମେରେ ଲକ୍‌ଡାଉନ୍‌ କାରଣରୁ ଅର୍ଥବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଠପ୍ ରହିଥିଲା ଏବଂ ଜୁନ ମାସରେ କିଛିଟା କୋହଳ ପରେ ଅର୍ଥନୀତିରେ କିଛିଟା ସୁଧାର ଦେଖିବାକୁ ମିଳିଛି। ଏହି କାରଣରୁ ରେଟିଂ ଏଜେନ୍ସି ଓ ଅର୍ଥ ବିଶେଷଜ୍ଞ ଏହାକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ ଯେ ଜୁନ ତ୍ରୈମାସର ଜିଡିପିରେ ୧୬ ରୁ ୨୫ ପ୍ରତିଶତ ହ୍ରାସ ଘଟିପାରେ। ଯଦି ଏମିତି ହୁଏ ତେବେ ଜିଡିପିର ଐତିହାସିକ ହ୍ରାସ ଘଟିପାରେ।

ପ୍ରଦୌଗିକି ଉତ୍ପାଦନର ତଥ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟୟ, କୃଷି ଉତ୍ପାଦନ ଓ ପରିବହନ, ବ୍ୟାଙ୍କିଙ୍ଗ, ବୀମା ଆଦି କାରବାରର ପ୍ରଦର୍ଶନକୁ ଦେଖି ଏହି ଆଶଙ୍କା ପ୍ରକାଶ କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ମ୍ୟାନୁଫେକଚରିଂ, ନିର୍ମାଣ, କାରବାର, ପରିବହନ, ସଞ୍ଚାର ଆଦି ସେକ୍ଟର ଦେଶର ମୋଟ୍ ଜିଡିପିରେ ପ୍ରାୟ ୪୫ ପ୍ରତିଶତ ଯୋଗଦାନ ଦେଇଥାନ୍ତି। ପ୍ରଥମ ଥର ତ୍ରୈମାସର ଏହି ସବୁ କ୍ଷେତ୍ରର କାରବାର ଉପରେ ବହୁତ ପ୍ରଭାବ ପଡିଛି।

ରେଟିଂ ଏଜେନ୍ସି ଇକରା ଆଇସିଆରଏ ଜିଡିପିରେ ୨୫ ପ୍ରତିଶତ ହ୍ରାସ ହେବ ବୋଲି ଅନୁମାନ କରିଥିଲା। ଏହି ପରି ଇଣ୍ଡିଆ ରେଟିଙ୍ଗ୍ସ ଜିଡିପିରେ ପ୍ରାୟ ୧୭ ପ୍ରତିଶତ ହ୍ରାସ ହେବା ବୋଲି ଅନୁମାନ କରିଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରୁପ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟ କାନ୍ତି ଘୋଷ ଜିଡିପିରେ ୧୬.୫ ପ୍ରତିଶତ ହ୍ରାସ ହେବ ବୋଲି ଅନୁମାନ କରିଥିଲେ।

   Related Posts