ଜୁନ ୨୨ରେ ଆସିବ କରୋନାର ଚତୁର୍ଥ ଲହର : ଅଗଷ୍ଟରେ ନେବ ପିକ୍

Published By : Prameya-News7 Bureau | February 28, 2022 IST

ନୂଆଦିଲ୍ଲୀ ୨୮/୦୨:  ଆସିବ କରୋନା ଭାଇରସର ଚତୁର୍ଥ ଲହର । ଦେଶରେ ଓମିକ୍ରନ ଆତଙ୍କ ଥମିଥିବା ବେଳେ ଚତୁର୍ଥ ଲହରକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଜୁନ ୨୨ ବେଳକୁ ଦେଶରେ କରୋନାର ଚତୁର୍ଥ ଲହର ଆସିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେବେ ଏହା କେତେ ଗୁରୁତର ହେବ ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ ।

୪ ମାସ ଯାଏଁ ପ୍ରଭାବ

ଆଇଆଇଟି କାନପୁରର ରିପୋର୍ଟ ଅନୁସାରେ, ଚତୁର୍ଥ ଲହର ଆତି କମରେ ୪ ମାସ ଧରି ଜାରି ରହିବ । ଅଗଷ୍ଟ ୧୫ରୁ ଅଗଷ୍ଟ ୩୧ ମଧ୍ୟରେ ଏହା ପିକ୍‌ରେ ରହିବ । ଏହାପରେ ମାମଲା କମିବା ଆରମ୍ଭ ହେବ ।

ଏହା ତୃତୀୟ ଥର ପାଇଁ ହୋଇଛି ଯେତେବେଳେ ଆଇଆଇଟି କାନପୁରର ଭବିଷ୍ୟବାଣୀ ସତ ହୋଇଛି । ତୃତୀୟ ଲହରରେ ଶିକ୍ଷାନୁଷ୍ଠାନର ଅନୁମାନ ସଠିକ ସାବ୍ୟସ୍ତ ହୋଇଥିଲା । ଆଇଆଇଟି କାନପୁରର ମ୍ୟାଥମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ ଡିାର୍ଟମେଣ୍ଟର ଏସପି ରାଜେଶଭାଇ, ଶୁଭରା ଶଙ୍କର ଧର ଏହି ଗବେଷଣାରେ ସାମିଲ ଥିଲେ । ସବୁ ଭବିଷ୍ୟବାଣୀ ପାଇଁ ଆଇଆଇଟି ଗଣିତର ମଡେଲକୁ ଉପଯୋଗ କରିଛି ।

ଏପରି ଭାବେ ଗଣନା

ଗବେଷକମାନେ କହିଛନ୍ତି ଯେ, କରୋନା ଆରମ୍ଭ ହେବାର ୯୩୬ ଦିନ ପରେ ଚତୁର୍ଥ ଲହର ଆସିବ । ୨୨ ଜୁନରୁ ଏହା ଆରମ୍ଭ ହୋଇପାରେ । ପିକ୍‌ରେ ପହଁଚିବା ପରେ ଅକ୍ଟୋବର ୨୪ରେ ଏହା ଶେଷ ହେବ । ଏହାମଧ୍ୟରେ ଅନ୍ୟ ଦେଶରେ ମଧ୍ୟ ଚତୁର୍ଥ ଲହର ଆସିପାରେ ବୋଲି ସେମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.