ଗାଁରେ ବ୍ୟାପିଛି ଜଣ୍ଡିସ୍, ପହଞ୍ଚିଲା ୧୭ଜଣିଆ ମେଡିକାଲ ଟିମ୍
4/03/2020 at 5:35 PM

ଉଦଳା ୦୪। ୦୪: ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ନୂଆସାହିରେ କାୟା ବିସ୍ତାର କରୁଛି ଜଣ୍ଡିସ୍ । ଗାଁରେ ପ୍ରାୟ ୨୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏବଂ ସେମାନଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ କେଉଁ କାରଣରୁ ଜଣ୍ଡିସ୍ ନିଜର କାୟା କରିବାର ଲାଗିଛି । ତାହାର କାରଣ ଖୋଜିବା ପାଇଁ ଗ୍ରାମରେ ଆସି ପହଞ୍ଚିଛନ୍ତି ମେଡିକାଲ ଟିମ୍ ।

ବାରିପଦା ରଙ୍ଗାମାଟିଆ ସ୍ଥିତ ମେଡିକାଲର ଏକ ବିଶେଷଜ୍ଞମାନ ଆସି ଗାଁରେ ପହଞ୍ଚିଛନ୍ତି । ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରୁଛନ୍ତି ୧୭ଜଣିଆ ଟିମ୍ । ଜଣ୍ଡିସ୍ ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରିବା ସହ ପ୍ରତିଷେଧକ ଔଷଧ ମଧ୍ୟ ପ୍ରଦାନ କରିବା ସହ ଗାଁର ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ନେଇଛନ୍ତି । ସେହିପରି ଗାଁର ଥିବା କୂଳମାନଙ୍କରେ ହଲୋଜେନ୍ ବଟିକା ପକାଇବା ପାଇଁ ପରାମର୍ଶ ଦେଇଛନ୍ତି ।

Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023