କଟକ ୧୯|୧: କାମଳ କବଳରେ କଟକ । ଦୂଷିତ ପାଣି ଏହାର ମୁଖ୍ୟ କାରଣ । ଏଭଳି ସ୍ଥିତିରେ ମହାନଦୀ ବିହାର ଅଞ୍ଚଳରେ ରହିଥିବା ସମ୍ପ୍ ଏବେ ମୁକୁଳା ପଡିଛି । ପୂର୍ବରୁ ଏନେଇ ସ୍ଥାନୀୟ କର୍ପୋରେଟରଙ୍କୁ ଅଭିଯୋଗ କରାଯାଇଛି । ହେଲେ ଏହା ଜନସ୍ବାସ୍ଥ୍ୟ ବିଭାଗର କାମ ବୋଲି ସଫେଇ ଦେଇଛନ୍ତି । ସେପଟେ ଖୁବଶୀଘ୍ର ସମ୍ପ୍ ଉପରେ ଘୋଡଣି ଦିଆଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।
{"id":75922}ଦୂଷିତ ପାନୀୟ ଜଳ ପାଇଁ କଟକରେ ଜଣ୍ଡିସ୍ ବ୍ୟାପିବାରେ ଲାଗିଛି । ଏଭଳି ସ୍ଥିତିରେ ମୁକୁଲା ପଡିଛି ସମ୍ପ । ମହାନଦୀ ବିହାର ଅଞ୍ଚଳର ଏ ହେଉଛି ଦୃଶ୍ୟ । ଯେଉଁଠି ପାଣିକୁ ବିଶୋଧନ କରାଯାଏ ସେଇଠି ପଶୁ ପକ୍ଷୀ ମଳ ତ୍ୟାଗ କରୁଛନ୍ତି । ସମ୍ପ ଉପରେ ସ୍ଲାବ୍ ପଡିବା କଥା ହେଲେ, ତାହା ଭାଙ୍ଗି ଯାଇଥିବାରୁ ସମ୍ପ୍ଟି ଏବେ ସମ୍ପୂର୍ଣ୍ଣ ମେଲା ହୋଇ ପଡି ରହିଛି । ଏହି ସମ୍ପ୍ରୁ କେବଳ ମହାନଦୀ ବିହାର କାହିଁକି ଚାଉଳିଆଗଞ୍ଜ ପଟକୁ ମଧ୍ୟ ପାଇପ୍ ଯୋଗେ ପାଣି ଛଡାଯାଉଛି । ଏପରିକି ପମ୍ପ୍ ପାଖରେ ରହିଥିବା ଟ୍ରାନ୍ସଫର୍ମର୍ ମଧ୍ୟ ମୁକୁଳା ପଡିଛି । ତେବେ ଆଗାମୀ ଦିନରେ ଏହା କୋଣସି ବିପଦର କାରଣ ନପାଲଟିବ ସେକଥା କହି ହେବ ନାହିଁ ।
{"id":75923}ଅଞ୍ଚଳବାସୀ ବାରମ୍ବାର ସମ୍ପୃକ୍ତ କର୍ପୋରେଟରଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିବା ସତ୍ତ୍ବେ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ କର୍ପୋରେଟରଙ୍କୁ ପଚାରିବାରୁ ଏହା ଜନସ୍ବାସ୍ଥ୍ୟ ବିଭାଗର କାମ ବୋଲି ସଫେଇ ଦେଇଛନ୍ତି । ସେପଟେ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି, ସମ୍ପ୍ର ଦୁରବସ୍ଥାକୁ ଆଖି ଆଗରେ ରଖି ଯାହା କରାଯିବା କଥା ତାହା ଜଲ୍ଦି କରାଯିବ ।
{"id":75924}ବେଳ ଥାଉଁ ଥାଉଁ ଯଦି ଏହି ସମ୍ପ୍ଟି ଉପରେ କୌଣସି ଘୋଡଣି ରଖା ନଯାଏ ତେବେ ତାହା ଜଣ୍ଡିସ୍ ପରି ମହାମାରୀ ବ୍ୟାପିବାର ଆଉ ଏକ କାରଣ ଯେ ନ ପାଲଟିବ ଏଭଳି ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।
{"id":75925}